www.samajalive.in
Saturday, December 6, 2025
23.1 C
Bhubaneswar

ଥଣ୍ଡା ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବହୁ ଲୋକଙ୍କୁ ଅଧିକାଂଶ ସମୟରେ ଥଣ୍ଡା, କାଶ ଲାଗି ରହିଥାଏ। ସେହି ସମୟରେ କୌଣସି କାମରେ ମନ ନଲାଗିବା ସହ ଖାଦ୍ୟ ମଧ୍ୟ ଅରୁଚିକର ଲାଗେ। ଥଣ୍ଡା ସମୟରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଆରମ ମିଳିବା ସହ ଶୀଘ୍ର ଥଣ୍ଡାକାଶ ଭଲ ହୋଇଥାଏ। ସେ ବିଷୟରେ ଜାଣନ୍ତୁ….
ମହୁ ଓ ଗୋଲମରିଚ –
ଏକ ଚାମଚ ମହୁରେ ଅଳ୍ପ ଗୋଲମରିଚ ମିଶାଇ ଥଣ୍ଡା ହୋଇଥିବା ସମୟରେ ରାତିରେ ଖାଆନ୍ତୁ। ଏପରି କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହେବା ସହ ଥଣ୍ଡାରୁ ମଧ୍ୟ ମୁକ୍ତି ମିଳିଥାଏ।
ଗରମ ପାଣିର ବ୍ୟବହାର –
ଥଣ୍ଡା ହେବା ସମୟରେ ଉଷୁମ ପାଣି ପିଇବା ସହ ୨ ରୁ ୩ ଥର ଉଷୁମ ପାଣିରେ ଗାରଗେଲ୍‍ କରନ୍ତୁ।
ରସୁଣ –
ଥଣ୍ଡା ହୋଇଥିବା ସମୟରେ ନିୟମିତ ଖାଦ୍ୟ ଖାଇବା ସମୟରେ ରସୁଣ ଖାଆନ୍ତୁ। ଏପରି କରିବା ଦ୍ୱାରା ଶୀଘ୍ର ଥଣ୍ଡାରୁ ମୁକ୍ତି ମିଳିଥାଏ।
ସୋରିଷ ତେଲର ମାଲିସ –
ସୋରିଷ ତେଲରେ ଅଳ୍ପ ରସୁଣ ପକାଇ ଏହାକୁ ଶରୀରରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଉଷ୍ଣ ଖାଦ୍ୟ ଖାଆନ୍ତୁ –
ଯେଉଁ କୌଣସି ଖାଦ୍ୟକୁ ହାଲକା ଉଷ୍ଣ ଅବସ୍ଥାରେ ଖାଆନ୍ତୁ। ଏପରି କରିବା ଦ୍ୱାରା ଗଳାକୁ ଆରାମ ମିଳିବା ସହ ଥଣ୍ଡା ମଧ୍ୟ ଶୀଘ୍ର ଭଲ ହୋଇଥାଏ।
କ୍ଷୀର –
ସାଧାରଣ ଭାବେ ଥଣ୍ଡା ହୋଇଥିବା ସମୟରେ କ୍ଷୀର ପିଇବାକୁ ମନାକରାଯାଏ। କାରଣ କ୍ଷୀର ପିଇବା ଦ୍ୱାରା କଫ ହୋଇଥାଏ। ଏଭଳି ସମୟରେ କ୍ଷୀରରେ ଅଦା ପକାଇ ପିଇ ପାରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories