www.samajalive.in
Saturday, December 6, 2025
26.1 C
Bhubaneswar

ମଧୁମେହ ଓ ରକ୍ତଚାପ ରୋଗୀ ନିୟମିତ ଖାଆନ୍ତୁ ଏହି ୫ଟି ଜନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ପୀଡ଼ିତ। ମଧୁମେହରେ ରକ୍ତରେ ଶର୍କରାର ମାତ୍ରା ଅଧିକ ଥାଏ। ଏଭଳି ଲୋକଙ୍କୁ ନିଜ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ନିୟମିତ ରୂପେ ଔଷଧ ସେବନ କରିବା ସହ ଏପରି କେତେକ ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ମଧୁମେୟ ଓ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ। ଜାଣନ୍ତୁ……
ମେଥି – ମେଥିର ମଞ୍ଜି ହେଉ ଅଥବା ପତ୍ର ଉଭୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ମେଥିରେ ସୋଡ଼ିୟମ ଖୁବ କମ ଥାଏ। ଏହାର ସେବନ କରିବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟେରୋଲ ମାତ୍ରା ହ୍ରାସ ପାଇଥାଏ। ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ।
ସାରୁ – ସାରୁରେ ପୋଟାସିୟମ, ଭିଟାମିନ ଏ, ସି, କ୍ୟାଲସିୟମ ଓ ଆଇରନ ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ଏଥିରେ ଅଧିକ ଫାଇବର ଥିବାରୁ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସାରୁର ସେବନ ମଧୁମେହ ରୋଗୀଙ୍କ ପାଇଁ ହିତକାରକ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ଏହାର ସେବନ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ।
ବିଟ୍‍ – ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ। ବିଟ୍‍ ରେ  ଭିଟାମିନ ବି ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।
ରସୁଣ – ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ କରିବା ପାଇଁ ରସୁଣର ଭୂମିକା ମହତ୍ତ୍ୱପୂର୍ଣ୍ଣ। ତେଣୁ ନିୟମିତ ସକାଳ ସମୟରେ ଖାଲିପେଟରେ ୨ଟି ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉତ୍ତମ।
ପାଳଙ୍ଗ ଶାଗ – ଏଥିରେ ପୋଟାସିୟମ ଓ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି। ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ ଥାଏ। ରକ୍ତଚାପ ଓ ମଧୁମେହ ରୋଗୀ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ।
ମୂଳା – ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ମୂଳା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏହାକୁ ଆପଣ ନିୟମିତ ସାଲାଡ଼ରେ ମଧ୍ୟ ଖାଇପାରିବେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories