ଏହି ଉପାୟରେ ଚୁଟ୍‌‌କିରେ କମିବ ଓଜନ..

ଆପଣ ଯଦି ନିଜ ବୃଦ୍ଧି ପାଉଥିବା ଓଜନ ପାଇଁ ଚିନ୍ତିତ, ତେବେ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟା ଦୂର ହେବ। ଏହି ଉପାୟ ଆପଣାଇବା ଦ୍ୱାରା ଏକ ମାସରେ ପ୍ରାୟ ୧୦ କେଜି ଓଜନ ହ୍ରାସ ହେବ।
ଏକ ଗ୍ଲାସ ପାଣିରେ ଏକ ଚାମଚ ସେଓ ସିରକା ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଜଳଖିଆ ପୂର୍ବରୁ ପିଅନ୍ତୁ।
ସକାଳର ଆରମ୍ଭ ପୁଦିନାପତ୍ର ଓ ପାନମଧୁରୀ ପାଣି ପିଇ ଆରମ୍ଭ କରନ୍ତୁ।
ସକାଳେ ଉଠିବା ପରେ ୩୦ ମିନିଟ୍‌‌ ନିଶ୍ଚୟ ବ୍ୟାୟାମ କରନ୍ତୁ।
ଜଳଖିଆରେ ୧ ପାତ୍ରରେ କ୍ଷୀର ସହ କର୍ଣ୍ଣଫ୍ଲେକ୍ସ,ଓଟସ୍‌‌ କିମ୍ବା ଦଲିଆ ଖାଆନ୍ତୁ।
ଖରାବେଳର ଖାଦ୍ୟରେ ୨ଟି ରୁଟି, ଯେକୌଣସି ପନିପରିବାର ତରକାରୀ, ଅଳ୍ପ ଡାଲି ଓ ଦହି ଖାଆନ୍ତୁ।
ସନ୍ଧ୍ୟା ସମୟରେ କ୍ଷୀର ଚା’ ବଦଳରେ ଗ୍ରୀନ୍‌‌ଟି ପିଅନ୍ତୁ।
ରାତି ଖାଦ୍ୟରେ ଅନ୍ୟ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ସାଲାଡ୍‌‌ ଓ ଏକ ଗ୍ଲାସ କ୍ଷୀର ପିଅନ୍ତୁ।
ସକାଳେ ଓ ରାତିରେ ଖାଇବା ପରେ ଅଳ୍ପ ସମୟ ଚାଲନ୍ତୁ।
ପ୍ରତିଦିନ କ୍ୟାଲୋରୀ ପ୍ରତି ଧ୍ୟାନ ଦେବା ସହ ଏହାକୁ ୧୦୦୦-୧୫୦୦ କ୍ୟାଲୋରୀ ମଧ୍ୟରେ ରଖନ୍ତୁ।

 

kalyan agarbati

Comments are closed.