www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବେଦାନ୍ତ ହସ୍ପିଟାଲଠାରେ ମେଗା ସ୍ୱାସ୍ଥ୍ୟମେଳା

ଲାଞ୍ଜିଗଡ଼: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଗୁରୁବାର ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଦ୍ୱାରା ପରିଚାଳିତ ବେଦାନ୍ତ ହସ୍ପିଟାଲଠାରେ ଏକ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ବ୍ଲକର ଶେଷ ସୀମାନ୍ତରେ ଥିବା ବେଦାନ୍ତ ହସ୍ପିଟାଲରେ ଆଜିର ମେଗା ସ୍ୱାସ୍ଥ୍ୟସେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବାବେଳେ ଆଦିବାସୀବହୁଳ ତଥା ଦୂରଦୁରାନ୍ତରୁ ରୋଗୀମାନେ ଏଠାକୁ ଚିକିତ୍ସା ଓ ପରାମର୍ଶ ସେବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୂଦେନ୍ଦୁ ପଣ୍ଡା, କଂପାନୀର ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ ସାହୁ, ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି, ଶ୍ରୀମୁଖ ଅଗସ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଜିର ମେଗା ସ୍ୱାସ୍ଥ୍ୟମେଳାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଶାଖାପାଟଣାସ୍ଥିତ ମେଡିକଭର ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଅର୍ଚ୍ଚନା ବେହେରା, କ୍ରିଟିକାଲ କେୟାର ବିଭାଗର ଡା. ତେଜସ୍ୱୀ, ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ବେଦାନ୍ତ ହସ୍ପିଟାଲର ଡା. ବୁଦ୍ଧଦେବ ଗମାଙ୍ଗୋ, ଡା. ଗୀତାଞ୍ଜଳି ଦେଇ, ଡା. ଚାରୁବାଳା ସାହୁ, ଡା. ରାଜେଶ ଝାଙ୍କର ପ୍ରମୁଖ ବିଶେଷଜ୍ଞ ଡାକ୍ତରମାନେ ଦୁଇଶହରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦେଇଥିଲେ । ବେଦାନ୍ତ ହସ୍ପିଟାଲର ବରିଷ୍ଠ ଡାକ୍ତର ପ୍ରଶାନ୍ତ ପରମାଣିକ, ହସ୍ପିଟାଲର ସହପରିଚାଳକ ଅଶୋକ ଖୋରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଦାନ୍ତ ହସ୍ପିଟାଲ ଓ ସ୍ୱେଚ୍ଛାସେବୀ ସଂଗଠନ ପୁନରୁତ୍‌ଥାନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories