www.samajalive.in
Sunday, December 7, 2025
14.1 C
Bhubaneswar

ବେଦାନ୍ତ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ଲିମିଟେଡ୍ ଲୋକସଂପର୍କ ବିଭାଗର ଋଷଭ ଗର୍ଗ, ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ। ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ବେଦାନ୍ତ ହସ୍ପିଟାଲ ଭ୍ରାମ୍ୟମାଣ ୟୁନିଟର ମୁଖ୍ୟ ଡା. ପ୍ରଶାନ୍ତ କୁମାର ପରମାଣିକଙ୍କ ନେତୃତ୍ବରେ ପରିଚାଳିତ ଶିବିରରେ ଶିଶୁରୋଗ ବିଶେଷଜ୍ଞ ଡା. ବିକାଶରଞ୍ଜନ ପ୍ରହରାଜ, ମହିଳା ଓ ପ୍ରସୂତୀରୋଗ ବିଶେଷଜ୍ଞ ଡା. ଚାରୁବାଳା ସାହୁ, ମେଡିସିନ୍ ବିଭାଗ ଡା. ରାସବିହାରୀ ନାୟକ, ଡା. ସାହୁ, ଡା. ପରମାଣିକ ପ୍ରମୁଖ ଅଞ୍ଚଳବାସୀଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ବେଦାନ୍ତ ହସ୍ପିଟାଲ କମ୍ୟୁନିଟି ମ୍ୟାନେଜର ଅଶୋକ କୁମାର ଖୋରା, କମ୍ୟୁନିଟି ସୁପରଭାଇଜର୍ ମହେନ୍ଦ୍ର ନିଆଁଲ, ପିତାମ୍ବର ଧୀଣ୍ଡା, ସୁଦାମ ମହାକୁଡ଼ଙ୍କ ସମେତ ରଞ୍ଜନ କୁମାର ସା, ରୋଜାଲିନ ଜେନା, ମନୋଜ ମଲ୍ଲିକ, ସୋନାଲୀ ପ୍ରଧାନ, ଅଜୟ କୁଲଦୀପ, ଧନଞ୍ଜୟ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତାଙ୍କ ସହିତ ଅଶୋକ ପାଢୀ, ନୀଲେଶ କୁମାର ପାଢୀ, ଭକ୍ତରାମ ପୁଟେଲ, ତପିନ୍ଦ୍ର ପଧାନ, ସୁଦର୍ଶନ ଗଉଡ଼, ହେମନ୍ତ ପୁଟେଲ, ଅଙ୍ଗନୱାଡି କର୍ମୀ ଶାନ୍ତିଲତା ପଣ୍ଡା, ଆଶା କର୍ମୀ ଅଞ୍ଜଳି ଗଉଡ଼, ବସୁମତୀ ପୁଟେଲ ଏବଂ ଗୋପାଳପୁର ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଅବସରରେ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରୁ ୩୬୨ରୁ ଊର୍ଦ୍ଧ୍ବ ଲୋକେ ସାମିଲ ହେବା ସହ ଚିକିତ୍ସା, ପରାମର୍ଶ ସେବା ସହିତ ଔଷଧ ଗ୍ରହଣ କରିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories