www.samajalive.in
Thursday, December 11, 2025
27.1 C
Bhubaneswar

ମହୌଷଧି ଗୋଲାପ ଫୁଲ

ସୁନ୍ଦର ଦେଖାଯିବା ପାଇଁ ଗୋଲାପର ପାଖୁଡ଼ା ବହୁ ଉପକାରୀ ଅଟେ। ଏହା ଦେଖିବାକୁ ଯେତେ ସୁନ୍ଦର ଏହା ମୁହଁକୁ ମଧ୍ୟ ସେତେ ସୁନ୍ଦର କରିଥାଏ।  ଏହା ସହ ଆମ ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ଖୁବ ଲାଭ ଦାୟକ ଅଟେ। ଗୋଲାପରେ ୯୫ ଭାଗ ଜଳ ରହିଛି। ଏଥିରେ ବହୁ ଔଷଧୀୟ ଗୁଣ ରହିବା ସହ ଏହା ବହୁ ରୋଗର ଉପଶମ ମଧ୍ୟ ଅଟେ।

ଓଜନର ମାତ୍ରା କମ୍‍ କରିବା ନିମନ୍ତେ – ଗୋଲାପରେ ଭିଟାମିନ୍‍ ସି ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ଗୋଲାପର ପାଖୁଡ଼ାକୁ ପ୍ରଥମେ ପେଷି ଦିଅନ୍ତୁ ଓ ପରେ ଏହି ମିଶ୍ରଣକୁ ଖାଆନ୍ତୁ ,ଏହାକୁ ଖାଇବା ଦ୍ୱାରା ମୋଟା ପଣ ବହୁ ମାତ୍ରରେ କମିଥାଏ। ଏତଦ୍‍ ବ୍ୟତୀତ ଏହା ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା (ମେଟାବୋଲିଜିମ୍‍)ର ବୃଦ୍ଧି କରିଥାଏ।

- Advertisement -

ସୁନ୍ଦର ତ୍ୱଚା ନିମନ୍ତେ – ଏହା ମୁହଁରୁ ସମସ୍ତ ଦାଗକୁ ଦୂର କରିଥାଏ। ଗୋଲାପର ପାଖୁଡ଼ାକୁ ଖରାରେ ଭଲ ଭାବେ ଶୁଖାଇ ଏହାକୁ ଗୁଣ୍ଡ କରି ମୁଲତାନି ମାଟି ସହ ମିଶାଇ ମୁହଁରେ ଲଗାଇଲେ ଏହା ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ତ୍ୱଚାକୁ ଗୋରା ମଧ୍ୟ କରିଥାଏ।

ଥକାପଣ ଦୂର କରେ – ବହୁ ସମୟରେ ବ୍ୟସ୍ତ ବହୁଳତା ଜୀବନରେ ଆମକୁ ଶାରିରୀକ ତଥା ମାନସିକ ଭାବେ ଖୁବ ହାଲିଆ ଅନୁଭବ ହୋଇଥାଏ। ଗୋଲାପର ବାସ୍ନାରେ ଆମ ମନକୁ ଖୁବ ଶାନ୍ତି ମିଳିଥାଏ। ଏହାର ପାଖୁଡ଼ାକୁ ଅଳ୍ପ ଉଷୁମ ପାଣିରେ ପକାଇ ସେହି ପାଣିରେ ଗାଧୋଇଲେ ଆମ ଥକାପଣ ଦୂର ହୋଇଥାଏ।


ଓଠର ସୁନ୍ଦରତା ପାଇଁ – ଗୋଲାପର ପାଖୁଡ଼ାକୁ ଖାଇବା ଦ୍ୱାରା ଏବଂ ଗୋଳାପ ଜଳକୁ ନିୟମିତ ଓଠରେ ଲଗାଇଲେ ଓଠର ରଙ୍ଗ ସର୍ବଦା ଗୋଳାପି ଓ ସୁନ୍ଦର ହୋଇଥାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories