www.samajalive.in
Monday, December 8, 2025
14.1 C
Bhubaneswar

ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତି ଦିଏ ଏହି ଶାଗ

ଆମେ ପ୍ରତିଦିନ ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ​‌ରେ ଭରପୂର ଖାଦ୍ୟଦ୍ରବ୍ୟ ଖାଇଥାଉ। ବେଳେବେଳେ ଶାଗ ମଧ୍ୟ ଖାଇଥାଉ। ଭିନ୍ନ ଭିନ୍ନ ଶାଗର ବିଭିନ୍ନ ଉପକାରିତା ରହିଛି। କଳମ ଶାଗକୁ ମଧ୍ୟ ଆମେ ଖାଇଥାଏ। ଏଥିରେ ଭିଟାମିନ ଅଧିକ ପରିମାଣରେ ରହିଛି। ପ୍ରତି ୧୦୦ଗ୍ରାମ କଳମ ଶାଗରେ ୪ଗ୍ରାମର କାର୍ବୋହାଇଡ୍ରେଟ, ୫ଗ୍ରାମର ପୁଷ୍ଟିସାର, ଭିଟାମିନ-ଏ, ଭିଟାମିନ-ସ ଓ ଲୌହ ଅଂଶ ରହିଛି। ଏହା ଶରୀର ପାଇଁ ଉପକାରୀ ଅଟେ। ଆସନ୍ତୁ ଜାଣିବା କଳମ ଶାଗର ଉପକାରିତା ସମ୍ବନ୍ଧରେ ..

କଳମ ଶାଗକୁ ସିଝାଇ ସେହି ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

- Advertisement -

ଏହି ଶାଗ ଖାଇବା ଦ୍ବାରା ମାନସିକ ଶାନ୍ତି ଲାଗିଥାଏ।

ଏହା ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ।

କଳମ ଶାଗରେ ଭିଟାମିନ-ଏ ଥିବାରୁ ଏହା ଚକ୍ଷୁ ପାଇଁ ଅତ୍ୟନ୍ତ ଉପକାରୀ ଅଟେ।

ଏହାକୁ ଖାଇବା ଦ୍ବାରା ହଜମ କ୍ରିୟା ନିୟନ୍ତ୍ରିତ ହୋଇଥାଏ।

ଏହାସହ ରକ୍ତ କଣିକାର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ।

ଯକୃତ ଜନିତ ସମସ୍ୟା ଥିବା ରୋଗୀମାନେ କଳମ ଶାଗ ଖାଇବା ଉଚିତ। ଏହା ସେମାନଙ୍କୁ ଯକୃତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

କଳମ ଶାଗ ଖାଇବା ଦ୍ବାରା କେଶ ଘନ ଓ ମୋଟା ହୋଇଥାଏ।

ଏହି ଶାଗ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ କର୍କଟ ରୋଗରୁ ମୁକ୍ତି ମିଳିଥାଏ।

ଏହାଦ୍ବାରା ମୁହଁର ଚମକ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories