ସୁଜି ଓ ଗାଜରର ହାଲୁଆ ଆପଣାମାନେ ବହୁତ ଖାଇଥିବେ। କିନ୍ତୁ କଞ୍ଚା ଅମୃତ ଭଣ୍ଡା ହାଲୁଆ କେବେ ଖାଇଛନ୍ତି କି ? ତେବେ ଆସନ୍ତୁ ଜାଣିବା କଞ୍ଚା ଅମୃତ ଭଣ୍ଡାରେ କିପରି କରିବେ ସୁସ୍ବାଦୁ ହାଲୁଆ।
ଆବଶ୍ୟକୀୟ ସାମଗ୍ରୀ
ଏକ କେଜି କଞ୍ଚା ଅମୃତ ଭଣ୍ଡା, ଖୁଆ ୨୫୦ ଗ୍ରାମ, ୧/୨ ଲିଟର କ୍ଷୀର, ଏକ ଚାମଚ କଟା କାଜୁ, ଏକ ଚାମଚ ଖିଶମିସ୍, ଏକ ଚାମଚ କଟା ବାଦମ୍, ଏକ ଚାମଚ ଅଳେଇଚ ଗୁଣ୍ଡ, ଘିଅ ଓ ସ୍ବାଦାନୁସାରେ ଚିନି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅମୃତ ଭଣ୍ଡାର ଚୋପା ଛଢାଇ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ। ମଧ୍ୟମ ଆଞ୍ଚରେ ଏକ ପ୍ରେସର କୁକୁର ବସାଇ ୨ଟି ସିଟି ଦେଇ ଅମୃତ ଭଣ୍ଡାକୁ ସିଝାଇ ଦିଅନ୍ତୁ। ସିଝା ଅମୃତ ଭଣ୍ଡାକୁ ଭଲ ଭାବରେ ଚକଟି ରଖନ୍ତୁ। ଧୀମା ଆଞ୍ଚରେ ଘିଅ ଗରମ କରି ସେଥିରେ ଅମୃତ ଭଣ୍ଡା ପକାଇ ଗୋଳାନ୍ତୁ। ଅମୃତ ଭଣ୍ଡାରୁ ପାଣି ମରିଗଲା ପରେ ସେଥିରେ କ୍ଷୀର ପକାଇ ଭଲ ଭାବରେ ଗୋଳାନ୍ତୁ। ମିଶ୍ରଣ ମୋଟା ହୋଇ ଆସିଲେ ସେଥିରେ ଚିନି, ଖୁଆ ଓ ଖିସମିସ୍ ପକାଇ ଗୋଳାନ୍ତୁ। ଅଳ୍ପ କିଛି ସମୟ ପରେ କାଜୁ, ବାଦାମ, ଅଳେଇଚ ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅମୃତ ଭଣ୍ଡା ହାଲୁଆ। ଫ୍ରିଜରେ କିଛି ସମୟ ରଖି ଖାଇଲେ ଏହାର ସ୍ବାଦ ବଢି ଯାଇଥାଏ।



