ହସ୍ତରେଖାରେ ଆଙ୍ଗୁଠିର ଉଚ୍ଚତା, ଆକାର, ଏହାର ଗଠନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଆଙ୍ଗୁଠି ଠାରୁ ବ୍ୟକ୍ତି ବିଷୟରେ ବହୁ କଥା ଜାଣି ହୁଏ। ଜ୍ୟୋର୍ତିବିତଙ୍କ ମତରେ ଆଙ୍ଗୁଠିରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ ଜଣାପଡେ।
ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖା ଭାଗ ଛୋଟ ହୋଇଥାଏ, ସେମାନେ ସର୍ବଦା ଅନ୍ୟ ଉପରେ ଅଧିକ ନିର୍ଭର ହୋଇଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖା ଭାଗ ଚଉଡ଼ା ଥାଏ, ସେମାନେ ବହୁ ଜିଦିଆ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖା ଭାଗ ସମକୋଣ ଆକାରର ହୋଇଥାଏ, ସେମାନେ ଖୁବ ଚତୁର ଓ ବୁଦ୍ଧିମାନ ପ୍ରକୃତିର ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖା ଭାଗ ଲମ୍ବା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ଦ୍ୱିତୀୟ ରେଖା ଭାଗ ଲମ୍ବା ହୋଇଥାଏ , ସେମାନେ ଖୁବ ଚତୁର ପ୍ରକୃତିର ଅଟନ୍ତି । ସମାଜିକ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ତୃତୀୟ ରେଖା ଭାଗ ଅଧିକ ଲମ୍ବା କିମ୍ବା ଅଧିକ ଛୋଟ ହୋଇନଥାଏ , ସେମାନେ ଖୁବ ସ୍ନେହୀ ଅଟନ୍ତି। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସହଜରେ ସମାଧାନ ହୋଇଯାଏ ।
ଆଙ୍ଗୁଠି ରେଖାରୁ ଜାଣି ହୁଏ ବ୍ୟକ୍ତିର ବ୍ୟକ୍ତିତ୍ୱ
Popular Categories



