www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ବର୍ଷ ପରେ ଫେରିବ ଚୀନର ସ୍ପେସ୍‍ ଷ୍ଟେସନ୍‍

ଚୀନର ଦ୍ୱିତୀୟ ସ୍ପେସ୍‍ ଷ୍ଟେସନ୍‍ ଆସନ୍ତା ବର୍ଷ ପୃଥିବୀରେ ପଡ଼ିବାର ସମ୍ଭାବନା ରହିଛି। ଏହି ସୂଚନା ଖୋଦ୍‍ ଚୀନ ଅନ୍ତରୀକ୍ଷ ସଂସ୍ଥା ପକ୍ଷରୁ ଦିଆଯାଇଛି। ସୂଚନା ଅନୁସାରେ, ଚୀନର ଦ୍ୱିତୀୟ ସ୍ପେସ୍‍ ଷ୍ଟେସନ୍‍ ‘ତିୟାଗୋଙ୍ଗ୍‍-୨’ ନିଜ ନିୟନ୍ତ୍ରଣ ହରାଇ ସାରିଛି ଓ ନିଜ କକ୍ଷପଥରୁ ବିସ୍ଥାପିତ ହୋଇଯାଇଛି। ଏହା ଆସନ୍ତା ବର୍ଷ ଏପ୍ରିଲ ମାସରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପଡ଼ିବ। କୁହାଯାଉଛି ଯେ, ଏହି ସ୍ପେସ୍‍ ଷ୍ଟେସନ୍‍ ସମୁଦ୍ରରେ ପହଞ୍ଚିବା ବେଳକୁ ଏହାର ଅଧିକାଂଶ ଭାଗ ଜଳି ନଷ୍ଟ ହୋଇ ସାରିଥିବ।
ଚୀନ ଅନ୍ତରୀକ୍ଷ ସଂସ୍ଥାର ଅନ୍ୟଜଣେ ଅଧିକାରୀଙ୍କ କହିବା ଅନୁସାରେ, ତିୟାଗୋଙ୍ଗ୍‍-୨ ନାମକ ଏହି ସ୍ପେସ୍‍ ଷ୍ଟେସନ୍‍ ଦୁଇ ବର୍ଷ କାର୍ଯ୍ୟକ୍ଷମ ଥିଲା, ଯାହାକି ସଫଳତା ପୂର୍ବକ ନିଜ ମିଶନ ପୂରା କରି ସାରିଛି। ଏହି ସ୍ପେସ୍‍ ଷ୍ଟେସନ୍‍ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସହିତ ନିଜ କକ୍ଷ ପଥରେ ରହିବ।
୨୦୧୬ ରେ ଯେତେବେଳେ ତିୟାଗୋଙ୍ଗ୍‍-୨ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଥିଲା, ସେତେବେଳେ ଚୀନର ଦୁଇ ଅନ୍ତରୀକ୍ଷ ଯାତ୍ରୀ ମଧ୍ୟ ଏହା ସହିତ ଯାଇଥିଲେ। ସେମାନେ ଅନ୍ତରୀକ୍ଷରେ ଗୋଟିଏ ମାସ ବିତାଇଥିଲେ। ମନୁଷ୍ୟକୁ ଅନ୍ତରୀକ୍ଷକୁ ନେଇଥିବା ଚୀନର ଏହା ସବୁଠାରୁ ଲମ୍ବା ସମୟର ମିଶନ ଥିଲା। ଆସନ୍ତା ବର୍ଷ ପୃଥିବୀରେ ପଡ଼ିବାକୁ ଥିବା ଏହି ସ୍ପେସ୍‍ ଷ୍ଟେସନ୍‍ ର ଲମ୍ବା ୩୪ ଫୁଟ୍‍ ଓ ଓସାର ୧୪ ଫୁଟ୍‍। ଏହାର ଓଜନ ୮୬୦୦ କିଲୋଗ୍ରାମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories