www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀଙ୍କୁ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଜାତିସଂଘ ପକ୍ଷରୁ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ପ୍ରଦାନ କରାଯାଇଛି। ପିଏମ ମୋଦୀଙ୍କ ସମେତ ଏହି ସମ୍ମାନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବେ ଏଥି ନିମନ୍ତେ ୟୁଏନ ପକ୍ଷରୁ ଏହି ସମ୍ମାନର ଘୋଷଣା କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମେକ୍ରୋଙ୍କୁ ଏହି ସମ୍ମାନ ସୌର ମେଣ୍ଟ, ପରିବେଶ ସୁଧାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମରେ ଆମେରିକା ମହାସଚିବ ଏଣ୍ଟୋନିୟୋ ଗୁଟୋରେସ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହ ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ଜାତିସଂଘ ପକ୍ଷରୁ ଜାରି ସୂଚନା ମୁତାବକ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରୋଙ୍କ ପରିବେଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମେଣ୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ସୁଦ୍ଧା ଦେଶରୁ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଶପଥ ପାଇଁ ଏଭଳି ସମ୍ମାନ ପ୍ରଦାନ କରାଯାଉଛି।
ବର୍ଷକୁ ଥରେ “ଚମ୍ପିଆନ ଅଫ ଆର୍ଥ’ ସମ୍ମାନ ସମାଜର ସେହି ବର୍ଗଙ୍କୁ ପ୍ରଦାନ କରାଯାଏ ଯେଉଁମାନଙ୍କ ପଦକ୍ଷେପ ପାଇଁ ପରିବେଶ ଉପରେ ସାକାରାତ୍ମକ ପ୍ରଭାବ ପଡ଼ିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories