www.samajalive.in
Monday, December 8, 2025
24.1 C
Bhubaneswar

କୃଷକ ଆନ୍ଦୋଳନରେ ୟୁ ଟର୍ଣ୍ଣ, କୃଷି ଆଇନକୁ ହରିୟାଣା କୃଷକଙ୍କ ସମର୍ଥନ

ହରିୟାଣାର କୃଷକଙ୍କ ଏକ ପ୍ରତିନିଧି ଦଳ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ନୂଆ କୃଷି ଆଇନକୁ ସମର୍ଥନ ଜଣାଇଛନ୍ତି। ହରିୟାଣାର ଭାରତୀୟ କିସାନ ୟୁନିଅନ (ମନ) ନେତା ଗୁନି ପ୍ରକାଶଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ କୃଷି ଆଇନ ଉପରେ ଶ୍ରୀ ତୋମାରଙ୍କୁ ଏକ ସମର୍ଥନ ପତ୍ର ଦାଖଲ କରିବା ସହ ସରକାରଙ୍କୁ ଏହି ଆଇନ ଜାରି ରଖିବାକୁ ଦାବି କରିଛନ୍ତି।

ଯଦି ନୂଆ କୃଷି ଆଇନ ରଦ୍ଦ ହୁଏ ତେବେ ସେମାନେ ବିରୋଧ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି। ଶ୍ରୀ ଗୁନି ପ୍ରକାଶ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ ଆଉ କୃଷକ ଆନ୍ଦୋଳନ ହୋଇ ରହିନାହିଁ। ପୂର୍ବ ସରକାର କାହିଁକି ୨୦୧୪ ପର୍ଯ୍ୟନ୍ତ ସ୍ୱାମୀନାଥନ୍ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ହରିୟାଣାର ଏହା ହେଉଛି ଦ୍ୱିତୀୟ ଗୋଷ୍ଠୀ କୃଷକ ଯିଏକି ଶ୍ରୀ ତୋମାରଙ୍କୁ ଭେଟି ଚାଷ ଆଇନକୁ ସମର୍ଥନ କରିଛନ୍ତି। ଡିସେମ୍ବର ୭ରେ ପ୍ରଥମ ଗୋଷ୍ଠୀ ମନ୍ତ୍ରୀଙ୍କୁ ଭେଟିଥିଲେ।

- Advertisement -

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କୃଷି ମନ୍ତ୍ରୀ କହିଛନ୍ତି ଯେ କୃଷକ ନେତାମାନେ ତିନିଟି କୃଷି ଆଇନକୁ ସମର୍ଥନ କରୁଥିବା ସମ୍ପର୍କିତ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଶ୍ରୀ ତୋମାର କହିଛନ୍ତି ଯେ ଏହି ଆଇନଗୁଡିକ କିପରି କୃଷକମାନଙ୍କୁ ଉପକୃତ କରୁଛି ସେ ସମ୍ବନ୍ଧରେ ସେମାନେ ମଧ୍ୟ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories