www.samajalive.in
Sunday, December 7, 2025
26.1 C
Bhubaneswar

ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା; ବଡ ଘୋଷଣା କଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏବେ ଆଉ ଏକ ବଡ ଘୋଷଣା କରାଯାଇଛି। ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ର ଜାରି କରି ମହିଳାଙ୍କ ପାଇଁ ବଡ ଘୋଷଣା କରିଛି। ସଂକଳ୍ପ ପତ୍ର ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ହରିୟାଣାରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଘୋଷଣା ପତ୍ର ଜାରି କରି କହିଛନ୍ତି। ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୨୧ଶହ ଟଙ୍କା ପଠାଯିବ ବୋଲି କୁହାଯାଇଛି। ସବୁ ପରିସ୍ଥିତିରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିଥାଏ ବୋଲି ଜେପି ନଡ୍ଡା କହିଛନ୍ତି। ୨୦୧୪ରେ ଭାରତୀୟ ଜନତା ପାର୍ଟି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଛି।
ଲୋକସଭା ନିର୍ବାଚନରେ ଦଳ ଏଠାରେ ପରାଜୟ ହେବାର ଦୁଇଟି ପ୍ରମୁଖ କାରଣ ସାମ୍ନାକୁ ଆସିଥିଲା। ଗୋଟିଏ ହେଲା ଅଗ୍ନିପଥ ଯୋଜନା ଏବଂ ଅନ୍ୟଟି ଥିଲା ଚାଷୀଙ୍କ ଅସନ୍ତୋଷ। ଏଭଳି ସ୍ଥିତିରେ ଏଥର ଅଗ୍ନିପଥ ଯୋଜନାରେ ସରକାର ଅଗ୍ନିବୀରମାନଙ୍କୁ ଶତ ପ୍ରତିଶତ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେତେକଙ୍କୁ କେନ୍ଦ୍ର ଓ କିଛି ରାଜ୍ୟ ସ୍ତରରେ ନିଯୁକ୍ତି ଦିଆଯିବ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories