www.samajalive.in
Sunday, December 14, 2025
26.1 C
Bhubaneswar

ଭାଗବତର ମହାତ୍ମ ରାଜ୍ୟର ଘରେ ଘରେ ଆଜି ପରିଚିତ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ ହୋଇଛି। ଏହି ଅବସରରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସଭାପତିତ୍ବ କରିଥିବା ବେଳେ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ  ଅତସୀ ଦାସ ସଂଯୋଜନା କରିଥିଲେ।

ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ସହ ପୁରାଣ ପାଠ ମାଧ୍ୟମରେ ଲୋକଙ୍କୁ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ନିରନ୍ତର ଭାବେ ପ୍ରଦାନ କରିଆସୁଥିବା ଶ୍ରୀ ରାଉତରାଏ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ମାନେ ଭାଗବତ ମାହାତ୍ମ୍ୟ ଉପରେ ଆଲୋକପାତ କରି ପ୍ରତ୍ୟେକ ମାନବ ଦୈନନ୍ଦିନ ଜୀବନରେ ଏହାର ମହତ୍ୱ ପାଳନ ପୂର୍ବକ ଜୀବନ ନିର୍ବାହ କରିବା ପାଇଁ ମତପୋଷଣ କରିଥିଲେ ।
ଶେଷରେ ଅତସୀ ଦାସ ତାଙ୍କ ଭାଷଣରେ ଭାଗବତ ଓଡ଼ିଆ ଭାଷାରେ ସରଳ ସାବଲୀଳ ଢଙ୍ଗରେ ନବାକ୍ଷରୀ ଛନ୍ଦରେ ରଚନା ହୋଇଥିବା ଏବଂ ଚୈତନ୍ୟ ଜଗନ୍ନାଥ ଦାସଙ୍କୁ ଅତିବଡ଼ୀ ଉପାଧି ପ୍ରଦାନ କରିଥିଲେ ବୋଲି କହିଥିଲେ । ଭାଗବତର ମହାତ୍ମ ରାଜ୍ୟର ଘରେ ଘରେ ଆଜି ପରିଚିତ ବୋଲି ସେ କହିଥିଲେ । ଏଥିରେ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବୃତ୍ତିଧାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories