www.samajalive.in
Saturday, December 13, 2025
21.1 C
Bhubaneswar

ହାର୍ଦିକଙ୍କ ଶତ ପ୍ରତିଶତ ସୁସ୍ଥତାକୁ ନେଇ ଆଶଙ୍କା

ନୂଆଦିଲ୍ଲୀ  : ଭାରତର ପ୍ରମୁଖ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଫିଟ୍‌ନେସକୁ ନେଇ ଭାରତୀୟ ଦଳ ଚିନ୍ତାରେ ପଡ଼ିଛି। ଆହତ ସମସ୍ୟାରେ ଜର୍ଜରିତ ହାର୍ଦିକ୍‌ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତୀୟ ଦଳର ପ୍ରମୁଖ ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଭାରତ ପ୍ରଥମ ମ୍ୟାଚରେ ୧୦ ୱିକେଟରେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିବାବେଳେ ଉକ୍ତ ମ୍ୟାଚରେ ପାଣ୍ଡ୍ୟା ବୋଲିଂ କରିନଥିଲେ। ବ୍ୟାଟିଂ ସମୟରେ ଆହତ ହୋଇଥିବାରୁ ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସିନଥିଲେ। ଯାହା ଫଳରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଥିଲା। ଏବେ ପାଣ୍ଡ୍ୟା ସୁସ୍ଥ ହୋଇ ଅଭ୍ୟାସକୁ ଓହ୍ଲାଇଥିବାବେଳେ ଶତ ପ୍ରତିଶତ ସୁସ୍ଥତାକୁ ନେଇ ଏବେ ମଧ୍ୟ ଚିନ୍ତାରେ ରହିଛି ଭାରତୀୟ ଦଳ । ପାଣ୍ଡ୍ୟା ବୋଲିଂ ନକଲେ ବ୍ୟାଟ୍‌ସମ୍ୟାନ ଭାବେ ଦଳରେ ଖେଳିବେ। ଯାହା ଫଳରେ ଭାରତକୁ ଅତିରିକ୍ତ ବୋଲରର ଅଭାବ ସୃଷ୍ଟି ହେବ। ପାଣ୍ଡ୍ୟା ବୋଲିଂ କରିବାର ସମ୍ଭାବନା ନଥିବାରୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୪ଜଣ ସ୍ବତନ୍ତ୍ର ବୋଲର ଓ ଜଣେ ଅଲରାଉଣ୍ଡରକୁ ନେଇ ଖେଳିଥିଲା। ଭାରତ ରବିବାର ଦ୍ବିତୀୟ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଉକ୍ତ ମ୍ୟାଚରେ ପାଣ୍ଡ୍ୟା ଖେଳିଲେ ବୋଲିଂ କରିବେ କି ନାହିଁ ତାହା ଉପରେ ଦଳ ନଜର ରଖିଛି। କାରଣ ପାଣ୍ଡ୍ୟା ବୋଲିଂ ନକଲେ ଭାରତ ନିକଟରେ ଅତିରିକ୍ତ ବୋଲରର ଅଭାବ ସୃ​‌ଷ୍ଟି ହେବ। ଯାହାକୁ ପୂରଣ କରିବା ଭାରତ ପାଇଁ କଷ୍ଟକର ହେବ। ପାଣ୍ଡ୍ୟା ଆଇପିଏଲ ସମୟରେ ଆହତ ହୋଇଥିଲେ। ଯାହା ଫଳରେ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଶେଷ କିଛି ମ୍ୟାଚ ଖେଳିପାରିନଥିଲେ। ପାଣ୍ଡ୍ୟା ଅଷ୍ଟ୍ରେଲିଅ​‌ା, ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଖେଳିବା ସହିତ ବୋଲିଂ ମଧ୍ୟ କରିଥିଲେ। ଏହା ପରେ ପାଣ୍ଡ୍ୟା ନିୟମିତ ବୋଲିଂ କରିବାରେ ସକ୍ଷମ ହୋଇନାହାନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ କାନ୍ଧରେ ଆଘାତ ପାଇବା ପରେ ପାଣ୍ଡ୍ୟାଙ୍କୁ ସୁସ୍ଥ କରିବା ନେଇ ଭାରତୀୟ ଦଳର ଟ୍ରେନର ନିକ୍‌ ୱେବ୍‌ ଓ ସୋହାମ ଦେଶାଇ ସଫଳ ହୋଇଛନ୍ତି। ପାଣ୍ଡ୍ୟା​‌ ଏବେ ନେଟ୍‌ରେ ବୋଲିଂ ଅଭ୍ୟାସ କରୁଥିଲେ ମଧ୍ୟ ମ୍ୟାଚରେ କରିବେ କି ନାହିଁ ତାହା ଆଶଙ୍କା ରହିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories