www.samajalive.in
Saturday, December 6, 2025
23.1 C
Bhubaneswar

ମାସେ ହେଲା ଆମ୍ବୁଲାନ୍ସ ଅଚଳ ,ରୋଗୀସେବା ବାଧାପ୍ରାପ୍ତ

ହରଭଙ୍ଗା : ସରକାର ଗରିବ ଜନସାଧାରଣଙ୍କୁ ମାଗଣାରେ ମେଡିକାଲ ପହଞ୍ଚାଇବା ପାଇଁ ୧୦୮ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରି ଛକରେ ଥିବା ୧୦୮ ଆମ୍ବୁଲାନ୍ସ(ରୋଗୀ ବୁହାଗାଡି)ଟି ଦୀର୍ଘ ଏକ ମାସହେଲା ଅଚଳ ହୋଇ ପଡି ରହିଛି। ଗାଡିର ଇଞ୍ଜିନ ସିଜ ହୋଇଯାଇ ଥିବାବେଳେ ୪ଟିଯାକ ଚକାର ଅବସ୍ଥା ଅଚଳ ଅବସ୍ଥାରେ ରହିଛି। ଯାହା ଫଳରେ ଆମ୍ବୁଲାନ୍ସଟି ରୋଗୀ ସେବାରେ ଲାଗି ପାରୁ ନାହିଁ।
ପ୍ରକାଶ ଯେ ହରଭଙ୍ଗା ବ୍ଲକର ୨୨ପଞ୍ଚାୟତର ରୋଗୀକୁ ବିଭିନ୍ନ ସମୟରେ ମେଡିକାଲ ପହଞ୍ଚାଇବା ପାଇଁ ବ୍ଲକ ସଦର ମହକୁମାରେ ଏକ ଆମ୍ବୁଲାନ୍ସ ଗାଡି ଯୋଗାଇ ଦିଆଯାଇଥିଲା। ଏଥିପାଇଁ ୩ଜଣ ଚାଳକ ଏବଂ ଜଣେ ଫାର୍ମାସିଷ୍ଟ ନିୟୋଜିତ ଅଛନ୍ତି। ଏମାନଙ୍କ ରହିବା ପାଇଁ ବ୍ଲକ ପକ୍ଷରୁ ଏକ ଘର ଯୋଗାଇ ଦିଆଯାଇଛି। ମାତ୍ର ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଅଚଳ ଯୋଗୁଁ ବର୍ତମାନ ରୋଗୀସେବା ପାଇଁ ହରଭଙ୍ଗା, ଆଠମଲ୍ଲିକ, ବୌଦ୍ଧ, ଖଜୁରୀପଡା ଆମ୍ବୁଲାନ୍ସ ଉପରେ ରୋଗୀ ନିର୍ଭର କରିବାକୁ ପଡୁଛି।ଅନ୍ୟପଟେ ବାହାର ଜିଲ୍ଲାରୁ ଆମ୍ବୁଲାନ୍ସ ଉପରେ ନିର୍ଭର ଯୋଗୁଁ ଗୁରୁତର ରୋଗୀକୁ ମେଡିକାଲ ପହଞ୍ଚାଇବାରେ ବିଳମ୍ବ ହେଉଛି। ରୋଗୀସେବାକୁ ତ୍ୱରାନ୍ୱିତକୁ ଦୃଷ୍ଟିରେ ରଖି ତୁରନ୍ତ ଆମ୍ବୁଲାନ୍ସ ମରାମତି ଦିଗରେ ବିଭାଗୀୟ କତୃପକ୍ଷ ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories