www.samajalive.in
Saturday, December 6, 2025
26.1 C
Bhubaneswar

୧୩ ମାସ ହେଲା ଭତା ପାଇବାରୁ ବଞ୍ଚିତ ଭିନ୍ନକ୍ଷମ ହିତାଧିକାରୀ

ହରଭଙ୍ଗା : ସରକାର ଦୁର୍ନୀତି ଏବଂ ଆର୍ଥୀକ ଅନିୟମିତତାରେ ସୁଧାର ଆଣିବା ପାଇଁ ସିଧାସଳଖ ସବୁ ହିତାଧିକାରୀଙ୍କ ଜମାଖାତା ଜରିଆରେ ଭତା ଟଙ୍କା ପ୍ରଦାନ ପାଇଁ ନୂଆ ନିୟମ ପ୍ରଚଳନ କରିଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ମହାଲ୍ଲିକପଡା ପଂଚାୟତର ଜଣେ ଭିନ୍ନକ୍ଷମ ହିତାଧିକାରୀ କାମାକ୍ଷା ପ୍ରସାଦ ସାହୁ ୧୩ ମାସ ହେଲା ଭତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସେହିପରି ଉକ୍ତ ପଂଚାୟତର ପଇଦାଭୁଇଁ ଗ୍ରାମର ରଣଜିତ ଷାଣ୍ଢ ଭଳି ଆଉ ଜଣେ ଭିନ୍ନକ୍ଷମ ୪ ମାସ ହେଲା ଭତା ପାଇବାରୁ ବଞ୍ଚିତ ହୋଇ ପଂଚାୟତ ଏବଂ ବ୍ଲକ ଅଫିସରେ ଚକ୍କର କାଟୁଥିବା ଜଣାପଡିଛି। ଏ ବାବଦରେ  ପଂଚାୟତ ପିଇଓ ଏବଂ ସରପଂଚଙ୍କ ଠାରୁ ଆରମ୍ଭକରି ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଭତା ତାଙ୍କୁ ମିଳିପାରୁନଥିବା ଦୁଇ ହିତାଧିକାରୀ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ ଭତା ପଇସା ଯୋଗାଇ ଦେବାରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ଅତିରିକ୍ତ ଦାୟିତ୍ୱରେଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ମହାନ୍ତିଙ୍କୁ ପଚାରିବାରୁ ପୋର୍ଟାଲରେ ସମସ୍ୟାଥିବାରୁ ହୋଇ ପାରିନାହିଁ। ତାଙ୍କ ଭତା ପଇସା ପ୍ରଦାନ ପାଇଁ ପିଇଓଙ୍କୁ କୁହାଯାଇଥିବା କହିଥିଲେ। ଅନଲାଇନ ଜରିଆରେ ଭତା ଟଙ୍କା ବଟଂନ ସୁବିଧା କରାଯାଇଥିବାବେଳେ ଏଭଳି ବ୍ୟତିକ୍ରମ ଯୋଗୁଁ ବହୁ ଭତା ହିତାଧିକାରୀ ହଇରାଣ ହେଉଥିବା ଜଣାପଡିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories