www.samajalive.in
Saturday, December 6, 2025
19.1 C
Bhubaneswar

ମାଧପୁରରେ ୧୭ଦିନ ହେଲା ଜଳ ଯୋଗାଣ ଠପ୍ 

ହରଭଙ୍ଗା :  ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ମାଧପୁର ଗ୍ରାମରେ ଦୀର୍ଘ ୧୭ଦିନହେଲା ପାଈପ୍ ଜଳ ଯୋଗାଣ ବନ୍ଦ ଯୋଗୁଁ ଗ୍ରାମର ତିନୋଟି ସାହିର ୭ଶହ ଲୋକ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଜଣାପଡିଛି। ପ୍ରକାଶ ଯେ ପଂଚାୟତର ୬ନଂ ଓାର୍ଡ ଅର୍ନ୍ତଗତ ମାଧପୁର କୋଲନୀ ସାହି,ଛକ ସାହି,ମାଧପୁର ସାହି ଭଳି ୩ଟି ବସ୍ତିକୁ ପାଇପ୍ ଜଳ ଯୋଗାଣ ସୁବିଧା କରାଯାଇଛି। ଗତ ୧୫ଦିନ ତଳେ ପମ୍ପ ହାଉସ ଇଲେକ୍ଟ୍ରି ମଟରଟି ପୋଡିଯାଇଥିବାରୁ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ଏ ସର୍ମ୍ପକରେ ଗାଁ ଲୋକେ ବି.ଡି.ଓଙ୍କୁ ଲିଖିତଭାବେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଲିନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଧମକ ଦେଇଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀଙ୍କୁ ପଚାରିବାରୁ ଇଲେକ୍ଟ୍ରି ମଟର ପୋଡିଯାଇଥିବାରୁ ଜଳ ଯୋଗାଣ ହୋଇପାରୁନଥିବା ସ୍ୱୀକାର କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ସେହିପରି  ପମ୍ପ ଚାଳକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଅଂଚଳରେ ଆଠଦିନ ହେଲା ପାଇପ୍ ଜଳ ଯୋଗାଣ ଠପ୍ ହୋଇଯାଇଛି। ଫଳରେ ସ୍ଥାନୀୟ ବଜାରର ୭ଟି ୱାର୍ଡ ର ୫ହଜାର ଲୋକ ପିଇବା ପାଣିରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ବିକଳ୍ପ ବ୍ୟବସ୍ଥା କରା ନଗଲେ ବଜାରବାସୀ ରାଜରାସ୍ତାକୁ ଓହ୍ଲେଇବା ପାଇଁ ସ୍ଥାନୀୟ ବାସିନ୍ଦା ସତ୍ୟନାରାୟଣ ସାହୁ,ସୁନିଲ କୁମାର ଅଗ୍ରୱାଲା,ଦେବପ୍ରସାଦ ଦିକ୍ଷୀତ, ଘନଶ୍ୟାମ ମହାରଣା,ଶ୍ରୀଧର ବିଶ୍ୱାଳ,ଅଜିତ କୁମାର ଭୋଇ ଚେତାବନୀ ଦେଇଛନ୍ତି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories