www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ବଢୁଛି ଶୀତ; ୯ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ

ଭୁବନେଶ୍ୱର: ଆକାଶରୁ ବାଦଲ ହଟିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟର ଦାରିଙ୍ଗବାଡିରେ ରାତିର ତାପମାତ୍ରା ସର୍ବନିମ୍ନ ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ଭଦ୍ରକର ଚାନ୍ଦବାଲିରେ ୧୦.୮, ଝାରସୁଗୁଡା ୯.୬, କେନ୍ଦୁଝର୯.୬, ସୁନ୍ଦରଗଡ ୧୦, ଭବାନିପାଟଣା ୧୦, କୋରାପୁଟ ୯, ଟିଟିଲାଗଡ ୯.୩, ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱରରେ ୧୨.୩, କଟକ ୧୨, ପାରାଦୀପ ୧୪, ଭୁବନେଶ୍ୱର ୧୨.୨, ଗୋପାଳପୁର ୧୪.୨, ଅନଗୁଳ ୧୧.୬, ସମ୍ବଲପୁର ୧୨.୨, ହୀରାକୁଦ ୧୧.୪, ତାଳଚେର ୧୩, ବଲାଙ୍ଗିର ୧୧.୫, ମାଲକାନଗିରି ୧୩.୫, ସୋନପୁର ୧୩.୨, ନୟାଗଡ ୧୨, ବଉଦ ୧୫ ଓ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରହିଥିବା ଜଣାଯାଇଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories