www.samajalive.in
Saturday, December 6, 2025
19.1 C
Bhubaneswar

ହରଭଙ୍ଗା ପଂଚାୟତ ସମିତି ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶନିବାର ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅଷ୍ଟାଦଶତମ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବ୍ଲକ ଚେୟାରମ୍ୟାନ ପ୍ର।ରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ ପରେ ବୈଠକରେ ପୂର୍ବ ବୈଠକର ବୀବରଣି ପଠନ ଓ ଅନୁମୋଦନ ବିଷୟରେ ଆଲୋଚନା କରାଯାଇଥିଲା।ଚିରାଚରିତ ପ୍ରଥା ଅନୁସାରେ କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ ,ପି.ଡି.ଏସ,ପ୍ରଧାନମନ୍ତ୍ରୀ ଆବାସ,ଭତା ଆଦି ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ଆଜିର ବୈଠକ ବ୍ଲକର ସମସ୍ତ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ,ସରପଂଚ,ସମିତିସଭ୍ୟ ଭଳି ଜନପ୍ରତିନିଧିଙ୍କ ଶେଷ ସମିତି ବୈଠକ ରହିଥିଲା। ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ,ବାମଣ୍ଡା ସରପଂଚ ଲଳିତ କୁମାର ଥାଟ୍ଟି ଭଳି ଅନ୍ୟାନ୍ୟ ପଂଚାୟତର ସରପଂଚମାନେ ନିଜ ନିଜର ପାଂଚବର୍ଷର ଅନୁଭୂତି ବଖାଣିଥିଲେ। ଆଜିର ବୈଠକରେ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସହିତ ହରଭଙ୍ଗା ବି.ଡି.ଓ ଶ୍ମିତା ରଥ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ,ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ,ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ,ଏ.ବି.ଡି.ଓ ସୁବାଷ ଯାନୀ ,ବିଧାୟକ ,ପ୍ରତିନିଧିମାନଙ୍କ ସହିତ ସମସ୍ତ ପଂଚାୟତର ସରପଂଚ ଏବଂ ସମିତିସଭ୍ୟମାନେ ଯୋଗଦାନ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories