www.samajalive.in
Saturday, December 6, 2025
26.1 C
Bhubaneswar

ଉଦଯାପିତ ହେଲା ତୃତୀୟ ମା’ ଭୈରବୀ ମହୋତ୍ସବ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନିଷ୍ଟାଡିୟମରେ ଛଅଦିନ ଧରି ଚାଲିଥିବା ତୃତୀୟ ମା’ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ମଙ୍ଗଳବାର ଉଦଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଅଛି। ଉଦଯାପନୀ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଏସପି ରାଜ ପ୍ରସାଦ, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର, ଆଠମଲ୍ଲିକ ରୋଟାରି କ୍ଲବ ସମ୍ପାଦକ ଅର୍ଜ୍ଜୁନ ସାହୁ, ବରିଷ୍ଠ ଆଇନଯିବି ଆଶୋକ ସାହୁ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜ ଜିଲ୍ଲା ପ୍ରତିନିଧି ଶଶାଙ୍କ ଶେଖର ମିଶ୍ର ମଂଚାସୀନ ଥିଲେ।
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆଁ ଏବଂ ମନୋଜ ପାଠୀ ମଂଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଂଚ ପରିଚାଳନା କରିଥିଲେ। ଉଦଯାପନୀ ଶୀତୁଆ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ନୃତ୍ୟ ଗୀତରେ ମହୋତ୍ସବ ପଡ଼ିଆ ଦର୍ଶକ ଝୁମିଥିଲେ। କଳା,ସଂସ୍କୃତି,ପରମ୍ପରା,ଭକ୍ତି ଓ ଭାବନାର ଏହି ମା’ ଭୈରବୀ ମହୋତ୍ସବ କମିଟି ପକ୍ଷରୁ ୬ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଉକ୍ତ କାର୍ଯ୍ୟକ୍ରମରେ କମିଟିର ଉପସଭାପତି ସରୋଜ ପ୍ରଧାନ, ଆବାହକ ବିଭୁଦତ୍ତ ବୋଷ, ସହସମ୍ପାଦକ ସୁବାଷ ପ୍ରଧାନ, ସତୀଶ ବେହେରା, ବିଜୟ କହଁର, ସତ୍ୟ ନାୟକ, ଶୁଭର୍ଜିତ ପ୍ରଧାନ,ଅଜିତ ଦେହୁରୀ,ନାରଦ ସେଠି,ଅକ୍ରୁର ସେଠି,ପୁର୍ଣ୍ଣ ଚନ୍ଦ୍ର ଭୋଇ,ନାରାୟଣ ମହାନ୍ତି, ବିକାଶ ମିଶ୍ର,ମନୋଜ ପାଢୀ ପ୍ରମୁଖ ମହୋତ୍ସବ କମିଟି ଏବଂ ଭୈରବୀ କ୍ଲବର ସଦସ୍ୟ ଗଣ ମାଧ୍ୟମ ପ୍ରତିନିଧି ଏବଂ ପୁଲିସ ବାହିନୀ ସହଯୋଗ କରିଥିଲେ।ଶେଷରେ କମିଟିର ସାଂଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories