www.samajalive.in
Saturday, December 6, 2025
26.1 C
Bhubaneswar

ପରିବାର ଦ୍ୱାରା ଉତ୍ପୀଡ଼ିତ ସମଲିଙ୍ଗୀ ଦମ୍ପତିଙ୍କ ଆତ୍ମହତ୍ୟା ଧମକ

କେନ୍ଦ୍ରାପଡ଼ା: ସମଲିଙ୍ଗୀ ବିବାହକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ସାମାଜିକସ୍ତରରେ ଏହା ଆଜି ପର୍ଯ୍ୟନ୍ତ ଗ୍ରହଣୀୟ ହୋଇ ପାରୁ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ।
କେନ୍ଦ୍ରାପଡ଼ାରେ ଜଣେ ସମଲିଙ୍ଗୀ ଦମ୍ପତି ନୋଟାରୀ ମାଧ୍ୟମରେ ସତ୍ୟପାଠ କରି ଆତ୍ମହତ୍ୟା ଧମକ ଦେଇଛନ୍ତି। ପରିବାରବର୍ଗ ଓ ପୁଲିସର ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଏହି ଦମ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରାପଡ଼ାର ମୋନନାଲିସା ନାୟକ(୨୮) ଓ ସାବିତ୍ରୀ ପରିଡ଼ା(୨୭) ଦୀର୍ଘ ୫ମାସ ଧରି ଏକତ୍ର ରହୁଥିବାବେଳେ ସେମାନେ କୋର୍ଟରେ ବିବାହ ପାଇଁ ଆବେଦନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଜାନୁୟାରୀ ୧୨ରେ ଉଭୟେ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଯାଇଥିଲେ। ତେବେ ମୋନାଲିସାର ପରିବାରବର୍ଗ ତାଙ୍କ ଝିଅକୁ ଅପହରଣ କରାଯାଇ ଥିବା ଦର୍ଶାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ସାବିତ୍ରୀ ତାଙ୍କ ଝିଅକୁ ବଳପୂର୍ବକ ଅପହରଣ କରିଥିବା ପିତା ଅନ୍ତର୍ଯ୍ୟାମୀ ନାୟକ ଅଭିଯୋଗରେ ଦର୍ଶାଯାଇ ଥିଲା। ଏଭଳି ଅଭିଯୋଗରେ ପୁଲିସ ମଧ୍ୟ ଧାରା ୩୬୫ ଓ ୨୯୫ରେ ମାମଲା ରୁଜୁ କରିଥିଲା। ପୁଲିସ ପକ୍ଷରୁ ଉଭୟଙ୍କୁ ଭୁବନେଶ୍ୱରୁ ଉଦ୍ଧାର କରାଯାଇ ସେମାନଙ୍କ ଷ୍ଟେଟମେଣ୍ଟ ରେକର୍ଡ଼ କରିଥିଲା। ତେବେ ଉଭୟେ ପରସ୍ପରକୁ ବିବାହ ପାଇଁ ସହମତି ଥିବା ସ୍ୱୀକାର କରିବା ସହ ପରିବାରବର୍ଗଙ୍କ ଦ୍ୱାରା ଉତ୍ପୀଡ଼ନ କରାଯାଉ ôବା ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories