www.samajalive.in
Friday, December 5, 2025
26.1 C
Bhubaneswar

ବୌଦ୍ଧ ବିଜେଡିର ନୂଆ ସାଙ୍ଗଠନିକ ନବ କଳେବର

ହରଭଙ୍ଗା : ସାଧାରଣ ନିର୍ବାଚନ ସରିବାର ଠିକ ବର୍ଷେ ପରେ ବୌଦ୍ଧ ବିଜେଡିର ସାଙ୍ଗଠନିକ ନବକଳେବର ହୋଇଛି। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ମଜଭୂତ କରିବାକୁ ବିଜେଡି ନୂଆ ସାଙ୍ଗଠନିକ ରଣନୀତି ଆପଣାଇଛି। ଏହି ଅବସରରେ ବୁଧବାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ମେଗାନର୍ସରୀଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଙ୍କଜ ସାହୁ, ବୌଦ୍ଧ ବ୍ଲକ ସଭାପତି ଭାବେ ସମିତି ସଭ୍ୟ ସୁମନ୍ତ ସାହୁଙ୍କ ନାମ ସଭାପତି ଘୋଷଣା କରିଥିଲେ। ଠିକ୍ ସେହିପରି ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୩୩ଗୋଟି ଗ୍ରାମପଞ୍ଚାୟତ ସଭାପତି ଭାବେ ହରଭଙ୍ଗା ଜ୍ୟୋତିର୍ମୟ ଦାସ, ସଂକୁଲୋଇ ତ୍ରିବିକ୍ରମ ମହାକୁଡ, କୁଶଙ୍ଗ ସଞ୍ଜୟ ଦେହୁରୀ, ବାଣୀଭୂଷଣପୁର ଦିଲୀପ ସାହୁ, ପୁରୁଣାକଟକ ସରୋଜ କୁମାର ପ୍ରଧାନ, ତିଲେଶ୍ଵର ସୁଜ୍ଞାନ କର୍ଣ୍ଣ, ରାମଗଡ଼ ଗୋପବନ୍ଧୁ ମହାପାତ୍ର, ଵୀରନରସିଂହପୁର ଜୟନାରାୟଣ ମିଶ୍ର, ସରସରା ଅସିତ ପ୍ରଧାନ, ବଘିଆପଡା କୃଷ୍ଣଚନ୍ଦ୍ର ପ୍ରଧାନ, ଟିକରପଡା ବିଜୟ ମାହାର ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା। ସମସ୍ତ ନୂତନ ବ୍ଲକ ଏବଂ ପଂଚାୟତ ସଭାପତିଙ୍କୁ ଜିଲ୍ଲାସଭାପତି ଶ୍ରୀ ଅମାତ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର ବୈଠକରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଧୂରୀଣ ଦେହୁରୀ, ଅଶୋକ ସାହୁ, ଅରୁଣ ପ୍ରଧାନ, ଅବକାଶ ସାହୁ, ସୁବୋଧ ପ୍ରଧାନ, ଅଶୋକ ମେଣ୍ଡୁଳି, ବିଦ୍ୟାଧର ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମସ୍ତ ନେତୃବୃନ୍ଦ ଦଳକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ଶପଥ ଗ୍ରହଣ କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories