ମୃତ ବାରହା ଚାଲାଣ ବେଳେ ମାଡ଼ିବସିଲା ବନବିଭାଗ, ୪ ଗିରଫ
ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ବନାଞ୍ଚଳ ଆଡ଼େଣିଗଡ଼ ବିଟ ଅଞ୍ଚଳରୁ ସୋମବାର ବିଳମ୍ବିତ ରାତ୍ରିରେ ଦୁଇଟି ବାରହାର ମୃତ ଦେହ ବୌଦ୍ଧ ପଟୁ ପୋଡ଼ଶୀ କନ୍ଧମାଳ ଜିଲାକୁ ଚୋରାଚାଳାଣ ସମୟରେ ମାଡ଼ିବସିଲା ମାଧପୁର ବନବିଭାଗ। ଏହି ଘଟଣାରେ ବନବିଭାଗ ଚାରିଜଣଙ୍କୁ ଗିରଫ ସହ ଦୁଇଟି ବାଇକ ଜବତ କରିବାରେ ସକ୍ଷମ ହୋଇଛି।
ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲା ସୁଜାପାଜୁର ଜିତୁ ମଲିକ(୨୧), ମଲ୍ଲିକ ପଦର ବୁନା ମଲିକ (୨୫), ପାଟୁଝର ର ରାୟ କଂହର (୨୧)ଓ ର ଆରାପାଜୁର ସୁମନ୍ତ କହଁର (୨୬) ଦୁଇଟି ବାଇକ ଯୋଗେ କଣ୍ଡରା କାଚପାଜୁ ଅଞ୍ଚଳରୁ ଦୁଇଟି ଗୁଳିବିଧ ବାରହା ଶିକାର ପରେ ଏହାର ଦେହବଶେଷ ବସ୍ତାରେ ଧରି କନ୍ଧମାଳ ଅଭିମୁଖେ ଚାଲାନ କରୁଥିଲେ । ଏ ସମ୍ପର୍କରେ ବନବିଭାଗ ବିଶେଷ ସୂତ୍ର ରୁ ଖବରପାଇ ନାଇଟ୍ ପାଟ୍ରୋଲିଙ୍ଗରେ ୫୭ ନମ୍ବର ଜାତୀୟ ରାଜପଥ କଣ୍ଡରା କାଚପାଜୁ ଛକ ଠାରେ ଆସାମୀ ଙ୍କୁ ଧରିବାରେ ସଫଳ ହୋଇଥିଲା ।
ମୁତ ବାରହା ଦୁଇଟି ର ଓଜନ ପ୍ରାୟ ତିନି କ୍ୱିଣ୍ଟାଲ ଥିଲା। ପରେ ଜବତ ମୃତ ବାରହା,ସହ ଆସାମୀ ଚାରିଜଣଙ୍କ ସହ ଦୁଇଟି ବାଇକକୁ ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ନେଇ ଅଧିକ ତଦନ୍ତ କରାଯାଇଥିବା ବନବିଭାଗ ପକ୍ଷରୁ ଜଣା ପଡ଼ିଥିଲା। ଏହି ପେଟ୍ରୋଲିଙ୍ଗରେ ଫରେଷ୍ଟର ସୁନୀଲ କ୍ଷେତୀ, ବିଜୟନନ୍ଦ ସାହୁ,ଅଭିମନ୍ୟୁ ମହାନ୍ତି,ଫରେଷ୍ଟ ଗାର୍ଡ ସୁବଳ ସାହୁ, ଶ୍ରୀକାନ୍ତ ନାୟକଙ୍କ ସହ ସମସ୍ତ ସ୍କ୍ୱାର୍ଡ ସାମିଲ ଥିଲେ।
ଏସସିଏଫ ଆଶିଷ କହଁରଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସା ଅଧିକାରୀ ହରଭଙ୍ଗାଙ୍କ ଦ୍ୱାରା ମୃତ ବାରହା ଦୁଇଟିର ମୃତଦେହବ୍ୟବଛେଦ କରାଯାଇ ମାଟିରେ ପୋତା ଯାଇଥିଲା। ଅଭିଯୁକ୍ତ ଚାରିଜଣଙ୍କୁ ସନ୍ଧ୍ୟା ପାଞ୍ଚ ଟାରେ କୋର୍ଟ ଚାଲାଣ କରାଯାଇଥିବା କଥା ଫରେଷ୍ଟର ସୁନୀଲ ଖେତୀ ସୂଚନା ଦେଇଛନ୍ତି।
Comments are closed.