www.samajalive.in
Friday, December 12, 2025
26.1 C
Bhubaneswar

ଦଣ୍ଡଯାତ୍ରାରେ ଅଘଟଣ, ୨ ଦଣ୍ଡୁଆଙ୍କ ଅସ୍ୱାଭାବିକ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲାରେ ଦଣ୍ଡଯାତ୍ରାସମୟରେ ୨ଟି ଅଘଟଣ ଘଟିଥିବା ବେଳେ ଏଥିରେ ୨ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି। ଗୁରୁବାର ରାମନବମୀ ରାତ୍ରୀରେ ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଞ୍ଚାୟତର ଅତଲସରା ଗ୍ରାମରେ କରଡି ଦଣ୍ଡ ରହିଥିଲା। ମଧ୍ୟରାତ୍ରୀରେ ଦଣ୍ଡୁଆମାନେ ନାଚପାଇଁ ବାହାରିବା ବେଳେ ଦଣ୍ଡୁଆ ଦଳରେ ଥିବା ବୌଦ୍ଧ ମାଉଲସିଙ୍ଗା ଅଞ୍ଚଳର ଉପାସକ ବୁଧିଆ ନାଏକ(୪୫) ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାତିରେ ପୁରୁଣାକଟକ ମେଡିକାଲ ଚିକିତ୍ସା ପାଇଁ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାର କିଛି ଘଣ୍ଟା ପରେ ପୁରୁଣାକଟକ ଥାନା ଅର୍ନ୍ତଗତ ତାକୁଡ ଦଣ୍ଡରେ ଆଉ ଏକ ଅଘଟଣ ଖବର ସାମନାକୁ ଆସିଥିଲା। ରାମନବମୀ ରାତିରେ ତାକୁଡ ଦଣ୍ଡ ବାଦିକଟା ଗ୍ରାମରେ ଦଣ୍ଡନୃତ୍ୟ ପରିବେଷଣ କରିଥିଲେ। ତାକୁଡ ଦଣ୍ଡୁଆ ଦଳରେ ସାମିଲଥିବା ତିଲେଶ୍ୱର ଛେଳିଲେଣ୍ଡି ଗ୍ରାମ ଅନ୍ତର୍ଗତ ପାତ୍ରସାହିର ଶ୍ରୀବତ୍ସ ବାରିକ(୭୦) ରାତିରେ ଶୋଇବା ପରେ ସକାଳୁ ଆଉ ଉଠିନଥିଲେ। ଶ୍ରୀବତ୍ସଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଦୁଇଟି ପୃଥକ ପୃଥକ ଦଣ୍ଡରେ ଦୁଇଜଣ ଦଣ୍ଡୁଆଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛି।

- Advertisement -

ଖବରପାଇ ହରଭଙ୍ଗା ପୁଲିସ ପୁରୁଣାକଟକ ମେଡିକାଲରେ ପହଞ୍ଚି ବୁଧିଆଙ୍କ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିଲା। ଏ ନେଇ ହରଭଙ୍ଗା ଥାନା କେଶ ନମ୍ବର ୩/୨୩ରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳେଇଛି। ଦଣ୍ଡଯାତ୍ରାରେ ଏଭଳି ଅଘଟଣକୁ ନେଇ ସାଧାରଣରେ ବିଭିନ୍ନକଥା ଆଲୋଚନା ହେଉଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories