ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସୋମବାର ପୁରୁଣାକଟକସ୍ଥିତ ଅଙ୍ଗନଓାର୍ଡୀ କେନ୍ଦ୍ର ପରିସରରେ ମଶାରୀ ବଣ୍ଟନ ଉଦଘାଟୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହା ସହିତ ଲୋକଙ୍କୁ ମଶାରୀ ବଣ୍ଟନ କରିଥିଲେ। ଅନ୍ୟତମ ଅତିଥିଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ.ସି .ଜ୍ୟୋତିତଂଜନ ନାଏକ,ବୌଦ୍ଧ ସି.ଡି.ଏମ.ଓ ଡାକ୍ତର ତ୍ରୀଲୋଚନ ପ୍ରଧାନ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ, ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ , ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲାର ହରଭଙ୍ଗା ବ୍ଲକରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ୨ଲକ୍ଷ ୬୩ହଜାର ୮୫୦ ଲୋକଙ୍କୁ ମଶାରୀ ବଣ୍ଟନ କରାଯିବ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Popular Categories



