ହରଭଙ୍ଗା; ହରଭଙ୍ଗା ବ୍ଲକ ବୀରନରସିଂହପୁର ବନବିଭାଗ ନର୍ସରୀ ପରିସରରେ ବୁଧବାର ଗଡଜାତ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ମୁଖ୍ୟ ଅତିଥିଭାବେ ଯୋଗଦାନକରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ ପରିଷଦର ସଭାପତି ତଥା ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସମ୍ପାଦକ ଦେବାଶିଷ ମହାକୁଡ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଡାକ୍ତର ମଳୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ସାଙ୍ଗକୁ ଟେକନିସିଆନ ଦେବୋଦତ କିଷାନଙ୍କ ସହଯୋଗରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ମହାରଣା, ବାଦଲ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ରଘୁନାଥ ଷଡଙ୍ଗୀ, ଦୁଃଖିଶ୍ୟାମ ଗାଇଗୌରିଆ, ଦେବେନ୍ଦ୍ର ସାହୁ, ପ୍ରବୀଣ କର୍ଣ୍ଣ, ଶିବୁ ମେଣ୍ଡଲୀ, ବିରାଜ ମହାକୁଡ, ନିଳାଚଂଳ ମିଶ୍ର, ସୁଜ୍ଞାନ ପ୍ରଧାନ, କୁମ୍ଭୀଧର ପ୍ରଧାନ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।



