www.samajalive.in
Saturday, December 13, 2025
26.1 C
Bhubaneswar

ନିସ୍ତୁକ ପିଟିଲେ ପୋଲିସ ବାବୁ

ହରଭଙ୍ଗା: ବିନାକରଣରେ ଅଟକାଇଲେ । ନିସ୍ତୁକ ବି ପିଟିଲେ । ଖାଲି ପିଟିଲେନି ପିଟିପିଟି ଲହୁଲୁହାଣ ବି କଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ । ପୁରୁଣା କଟକ ପୋଲିସ ବିନାକାରଣରେ ଜଣେ ପରିବା ଗାଡ଼ିର ଡ୍ରାଇଭାରକୁ ଅଟକାଇବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ  ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ପୋଲିସର ନାଇଟ୍ ପେଟ୍ରୋଲିଂ ଚାଲିଥିଲା । ଆଉ ସେହି ସମୟରେ ରାୟପୁରର ବିଳାସପୁରରୁ ଏକ ମଟର ଛୁଇଁ ବୋଝେଇ ଗାଡ଼ି ଆସୁଥିଲା । ସେଠାରେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ । ହେଲେ ଗାଡ଼ିଟି ଦ୍ରୁତ ଗତିରେ ଥିବାରୁ କିଛି ବାଟ ଚାଲିଯିବାପରେ ରହିଥିଲା । ଯାହାକୁ ନେଇ ପୋଲିସ ବାବୁମାନେ ଡ୍ରାଇଭର ଜଣଙ୍କୁ ନିସ୍ତୁକ ପିଟିଥିଲେ ।

ଡ୍ରାଇଭରଙ୍କ ଦୋଷ କହିଲେ ଗାଡ଼ିଟି କେବଳ ଦ୍ରୁତଗତିରେ ଥିଲା । ଆଉ ସେଥିପାଇଁ ପୋଲିସ ବାବୁ ମାନେ ଡ୍ରାଇଭର ଜଣଙ୍କୁ ମାଡ଼ ମାରିବା ସହ ରକ୍ତାକ୍ତ କାରିଥିଲେ । ଖାଲି ସେତିକି ନୁହେଁ ଡ୍ରାଇଭରଙ୍କ ନାଁରେ ମଧ୍ୟ ୧୦୦୦ଟଙ୍କାର ଚାଲାଣ କଟିଥିଲେ । ଏତିକିରେ ସରିନଥିଲା ବାବୁ ମାନଙ୍କର କାମ । ଫୋନରେ କାହିଁକି କଥା ହେଉଛୁ କହି ପୁଣି ବାଡାଇଥିଲେ । ଯାହାଫଳରେ ପୋଲିସଙ୍କ ମାଡ଼ରେ ଡ୍ରାଉଭରଙ୍କ ହାତ ଫାଟି ରକ୍ତ ବହାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories