www.samajalive.in
Monday, December 8, 2025
13.1 C
Bhubaneswar

ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା : ଏକ କୋଟିରୁ ଅଧିକ ପାନ ଟିକାଦାନ

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିିକାଦାନ କରି ଓଡ଼ିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି। ଟିକାରଣ କାର୍ଯ୍ୟକ୍ରମର ସୁପରିଚାଳନା ଯୋଗୁଁ ରାଜ୍ୟରେ ମାତ୍ର ୩ ପ୍ରତିଶତ ଟିକା ନଷ୍ଟ ହୋଇଛି, ଯାହା ଦେଶରେ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ। ଫଳରେ ୨.୯ ଲକ୍ଷ ଟିକା ନଷ୍ଟ ହେବାରୁ ରକ୍ଷା କରାଯାଇ ପାରିଛି। ଟିକାକରଣ କ୍ଷେତ୍ରରେ ଏହି ସୁପରିଚାଳନା ଦ୍ୱାରା ଓଡ଼ିଶା ସଫଳତା ହାସଲ କରିଛି।

- Advertisement -

ସମସ୍ତ ଟିକା ପ୍ରଦାନକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories