www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ପ୍ରତିଷ୍ଠା ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକରୁ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପିଏମ୍‌ଏଫ୍‌ଏମ୍‌ଇ ରାଜ୍ୟ କୋର୍‌ଗ୍ରୁପ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଇଏମ୍‌ଇଡିଏଫ୍‌ର ସତ୍ତ୍ୱାଧିକାରୀ ରମଣ ଥାପର ମୟୂରଭଞ୍ଜ ଜିଲ୍ଲାର ମୋହନପୁର ମ୍ୟାଜିକ୍‌
ମିଲେଟ୍‌ କ୍ଲଷ୍ଟରର ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରକଳ୍ପଟିରେ ୪୩୦.୫୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବାବେଳେ ସମୁଦାୟ ୯୮୦ ଚାଷୀ (ମହିଳା ୩୪୫ ଓ ପୁରୁଷ ୬୩୫) ଉପକୃତ ହୋଇପାରିବେ ବୋଲି ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି। ମକାରୁ ପ୍ରସ୍ତୁତ ପପ୍‌କର୍ଣ୍ଣ, ମିକ୍ସର, ମଇଦା ଇତ୍ୟାଦି ଆକର୍ଷଣୀୟ ପ୍ୟାକେଟ୍‌ରେ ବିଭିନ୍ନ ଖାଦ୍ୟଦ୍ରବ୍ୟ ବଜାରକୁ ଆସୁଥିବା ଜଣାପଡ଼ିଛି। ପ୍ରମୁଖ ସଚିବ ଶ୍ରୀ ସାହୁ ମକାରୁ ଉତ୍ପାଦିତ ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ନୂଆପଡ଼ା, ମାଲ କାନ ଗିରି ଓ ନବର ଙ୍ଗ ପୁର ରେ ପ୍ରତିଷ୍ଠା କରିବା ପାଇଁ ଆପିକ ଲ ର ପରିଚାଳନା ନିର୍ଦେଶକ ପ୍ରଭାତ କୁମାର ରାଉଳଙ୍କୁ ନିର୍ଦେଶ ଦେଇଥିଲେ। ଉତ୍ପାଦିତ ଦ୍ରବ୍ୟର ଦେଶ ଓ ଦେଶ ବାହାରେ ମାର୍କେଟିଂ କରିବା ପାଇଁ ସେ ଗ୍ରୋଜିପ୍‌ ମାର୍କେଟିଂ ସଂସ୍ଥାର ଆନନ୍ଦ କୁମାର ମିଶ୍ରଙ୍କୁ ସହଯୋଗ ପାଇଁ କହିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡ.ସନତ ମିଶ୍ରଙ୍କୁ ଏଥିରେ ସଂପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ପ୍ରମୁଖ ସଚିବ ପରାମର୍ଶ ଦେଇଥିଲେ।

ଢେଙ୍କାନାଳ ଜିଲ୍ଲାରେ ଚନ୍ଦ୍ରଶେଖରପୁର ଚିନାବାଦାମ କ୍ଳଷ୍ଟର ୪୩୫.୧୭ ଲକ୍ଷ ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇଛି। ଏଥିରେ ୭୭୦ ମହିଳା ଓ ୪୭୬ ପୁରୁଷ ସେଥିରେ ସାମିଲ ହୋଇପାରିଛନ୍ତି। ଚିନାବାଦାମରୁ ଉତ୍ପାଦିତ ବିଭିନ୍ନ ଖାଦ୍ୟଦ୍ରବ୍ୟ ଆକର୍ଷଣୀୟ ପ୍ୟାକେଜ୍‌ରେ ବଜାରକୁ ଛଡ଼ାଯାଉଥିବା ଆଲୋଚନାରୁ ଜଣାପଡ଼ିଛି। ସେହିପରି ଗଜପତି ଜିଲାର ୪୪୦.୩୧ ଲକ୍ଷ ଟଙ୍କାରେ ପ୍ରତିଷ୍ଠିତ ପ୍ରକଳ୍ପ ଛେଳିଗଡ଼ ମେଜ୍‌ କ୍ଲଷ୍ଟରରେ ୭୨୯ ମହିଳା ଓ ୧୯୬ ପୁରୁଷ ଚାଷୀ ଉପକୃତ ହୋଇଛନ୍ତି। ମଣିପୁର ରାଜ୍ୟର କାଙ୍ଗତାକପି ସପୁରୀ କ୍ଲଷ୍ଟର ଭଳି ଓଡ଼ିଶାର ରାୟଗଡ଼ା ଜିଲାର ଚାଟିକଣା ଏବଂ ଗଜପତି ଜିଲାରେ ପ୍ରତିଷ୍ଠା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ରାଜସ୍ଥାନର ଫଳ ଓ ପରିବା କ୍ଲଷ୍ଟର, ନାଗାଲାଣ୍ଡର ଆଗ୍ରୋ ବିଜ୍‌ନେସ୍‌ କ୍ଲଷ୍ଟର, କର୍ଣ୍ଣାଟକର ବି.ଆର୍‌. ହିଲ୍ସ ୱାଇଲ୍ଡ ବି. ହନି କ୍ଲଷ୍ଟର, ବିଶାଖାପାଟଣାର କଫି କ୍ଲଷ୍ଟର, ଉତ୍ତରପ୍ରଦେଶର ମେଡିସିନାଲ୍‌ ପ୍ଲାଣ୍ଟ କ୍ଲଷ୍ଟର ସଂପର୍କରେ ଆଇଏମ୍‌ଇଡିଏଫ୍‌ ପକ୍ଷରୁ ଆଲୋକ-ଚିତ୍ର ମାଧ୍ୟମରେ ଉପସ୍ଥାପନ କରି ସମସ୍ତ ଗୋଷ୍ଠୀ ସଦସ୍ୟସଦସ୍ୟାଙ୍କୁ ସଚେତନ କରାଯାଇଥିଲା। ଏଥି ସହିତ କଟକ ଜିଲାର ବାଙ୍କୀ ଲେମନ୍‌ ଗ୍ରାସ୍‌ କ୍ଲଷ୍ଟରରୁ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା ।
ହସ୍ତିକା ଉଦ୍ୟୋଗର ବିଶ୍ୱଜିତ୍‌ ସ୍ୱାଇଁ କଦଳୀ ଗଛର ବିଭିନ୍ନ ଅଂଶରୁ ଉତ୍ପାଦିତ ବ୍ୟାଗ୍‌, ମ୍ୟାଟ୍‌ ଇତ୍ୟାଦି ଅନ୍‌ଲାଇନ୍‌ରେ ପ୍ରଦର୍ଶନ କରିବା ସହ ବିଦେଶରେ ଏହି ଦ୍ରବ୍ୟଗୁଡ଼ିକର ବଜାର ଚାହିଦା ଅଧିକ ଥିବା ପ୍ରକାଶ କରିଥିଲେ।
ପିପିଲି ନିକଟ ମୁଖ୍ୟ ରାସ୍ତାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ୨୦୧୮ ମସିହାରେ ଆରମ୍ଭ କରାଯାଇଥିବା ହସ୍ତିକା ହ୍ୟାଣ୍ଡିକ୍ରାଫ୍ଟରୁ ଏହି ଉଦ୍ୟୋଗ ବ୍ରାଣ୍ଡ ଅଫ୍‌ ଓଡ଼ିଶା ସମ୍ମାନରେ ସମ୍ମାନିତ। ସେହିପରି ଜୟଦେବ ବାନାନା କ୍ଲଷ୍ଟର କଦଳୀ ଗଛରୁ ଉତ୍ପାଦିତ ଆଚାର, ପାମ୍ପଡ, ଦଉଡ଼ି, ଆସନ, ଖତ ସଂପର୍କରେ ଅଲୋକପାତ କରାଯାଇଥିଲା। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଭାରପ୍ରାପ୍ତ ଅଧିକାରୀ ଲିଙ୍ଗରାଜ ନାୟକଙ୍କୁ ସମସ୍ତ ଉଦ୍ୟୋଗର ସ୍ଥିତାବସ୍ଥା ବଜାୟ ରଖିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଶିଳ୍ପ ନିର୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌, ମତ୍ସ୍ୟ ଓ ପ୍ରାଣୀପାଳନ ନିର୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, କୃଷି ନିର୍ଦେଶାଳୟର ରାମଚନ୍ଦ୍ର ପଟ୍ଟନାୟକ, ନବକିଶୋର ପରିଡ଼ାଙ୍କ ସମେତ ସଂପୃକ୍ତ ବିଭାଗଗୁଡ଼ିକର ନିର୍ଦେଶକ ଓ ଅଧିକାରୀଗଣ ଅନ୍‌ଲାଇନ୍‌ ଯୋଗେ ବୈଠକରେ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories