www.samajalive.in
Thursday, December 11, 2025
14.1 C
Bhubaneswar

ନୂତନବର୍ଷ ଓ ହନୁମାନ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ହନୁମାନ ଓ ଦୁର୍ଗା ମନ୍ଦିରରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ମହାସମାରୋହରେ ପାଳନ କରାଯାଇଛି । ହନୁମାନ ମନ୍ଦିର ବ୍ୟତୀତ ଏଠାରେ ଥିବା ସମସ୍ତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ରାମ ମନ୍ଦିର ଓ ସମସ୍ତ ଦେବୀ ପୀଠରେ ସ୍ବତନ୍ତ୍ର ଉତ୍ସବ ସାଙ୍ଗକୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି । ଏହି ଅବସରରେ ହନୁମାନ ମନ୍ଦିରରେ ପୂଜକ ରୀତିନୀତି ଅନୁଯାୟୀ ପୂଜା ପାଠ ସହ ହୋମଯଜ୍ଞ, ହନୁମାନ ଚାଳିସା ପାଠ କରିଥିଲେ । ଭକ୍ତମାନେ ଆଜି ସବୁ ମନ୍ଦିର ବୁଲିବା ସହ ଦେବାଦେବୀଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ କମିଟି ତରଫରୁ ମନ୍ଦିରରେ ପଣା ଭୋଗ ଲାଗି କରାଯାଇଛି । ଏହି ପଣାରେ ପାଚିଲା ବେଲ, ଗୂଡ଼, ଚିନି, ଛେନା, କଦଳୀ, ଆମ୍ବ, ନଡ଼ିଆ, ଦହି, ବିଭିନ୍ନ ପ୍ରକାର ପାଚିଲା ଫଳ ମିଶାଇ ସୁସ୍ଵାଦ ପଣା ପ୍ରସ୍ତୁତ କରି ରୀତିନୀତି ଅନୁଯାୟୀ ପୂଜା କରିବା ପରେ ଆସିଥିବା ସମସ୍ତ ଭକ୍ତଙ୍କୁ ବଣ୍ଟନ କରିଥିଲେ । ଆଜି ପବିତ୍ର ଓଡ଼ିଆ ନବବର୍ଷରେ ଓଡ଼ିଆ ପଞ୍ଜିକା ପୂଜକଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଓଡ଼ିଆ ଘରମାନଙ୍କରେ ଦାଣ୍ଡ ଅଗଣାରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଆଙ୍କି ନୂତନ ବର୍ଷକୁ ସ୍ୱାଗତ କରିବା ସହ ଘରମାନଙ୍କରେ ମଧ୍ୟ୍ ପଣା କରି ଭୋଗ କରିଥିବା ଦେଖିବାକୁ ମିଳିଛି। ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ ରହିଥିଲା । ତାହା ବର୍ତ୍ତମାନ କମିଥିବା ଯୋଗୁଁ ସରକାର କଟକଣା କୋହଳ କରିବା ପରେ ସମସ୍ତ ମନ୍ଦିରରେ ଧୁମଧାମରେ ପୂଜା ପାଠ କରାଯାଉଛି ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories