www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ପାଳନ କରନ୍ତୁ ଏହି ନିୟମ

ପ୍ରଭୁ ହନୁମାନଙ୍କୁ ଧ୍ୟାନର ସହ ପୂଜା କରିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି। ବଜରଙ୍ଗବଲୀଙ୍କୁ ସଙ୍କୋଟମୋଚନ ମଧ୍ୟ କୁହାଯାଏ, କାରଣ ବିପଦ ସମୟରେ ପ୍ରଭୁଙ୍କର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ଶାସ୍ତ୍ର ଏବଂ ପୁରାଣରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଓ ଶନିବାର ଦିନକୁ ବିଶେଷ ଦିନ ବୋଲି କୁହାଯାଇଛି। ତେଣୁ ଏହି କାରଣରୁ ଏହି ଦୁଇଟି ଦିନରେ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି ଭୁଲ ଗୁଡ଼ିକ କ’ଣ ….
ମଙ୍ଗଳବାର ଓ ଶନିବାର ଦିନ କଳା କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ହନୁମାନଙ୍କୁ ପୂଜା କରନ୍ତୁ ନାହିଁ।
ହନୁମାନଙ୍କୁ ଲାଲ, ଗେରୁଆ ରଙ୍ଗ ଖୁବ ପସନ୍ଦ। ତେଣୁ ପ୍ରଭୁଙ୍କୁ ପୂଜା କରିବା ସମୟରେ ଲାଲ, ଗେରୁଆ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମଙ୍ଗଳବାର ଦିନ ବ୍ରତ ରଖୁଥିବା ବ୍ୟକ୍ତିିମାନେ ଲୁଣ ଖାଆନ୍ତୁ ନାହିଁ।
ବ୍ରତ ଦିନ ପ୍ରଭୁଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ।
ମଙ୍ଗଳବାର ଦିନ ଆମିଷ ଏବଂ ମଦ୍ୟପାନ କରନ୍ତୁ ନାହିଁ।
ଶାନ୍ତ ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଏହା ଶୁଭଫଳ ପ୍ରଦାନ କରିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories