www.samajalive.in
Sunday, December 7, 2025
14.1 C
Bhubaneswar

ହଳଦ୍ବାନୀ ଦଙ୍ଗାର ଭୟଙ୍କର ଦୃଶ୍ୟ: ପୁଲିସ କର୍ମୀ କହିଲେ, ‘ଚାରିଆଡୁ ପଥର ସହ ମାଡ ହେଉଥିଲା ଭଙ୍ଗା କାଚ’

ହଳଦ୍ବାନୀ : ଉତ୍ତରାଖଣ୍ଡର ହଳଦ୍ବାନୀରେ ଦଙ୍ଗା ଭୟଙ୍କର ରୂପ ନେଇଛି ।  ନୈନିତାଲ ଜିଲା ହଳଦ୍ବାନୀର ବନଭୁଲପୁରା ଅଞ୍ଚଳରେ ନଗର ନିଗମର ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା ଆରମ୍ଭ ହୋଇଥିଲା । ଏହି ଦଙ୍ଗାରେ ଏବେ ସାରା ସହର ଜଳୁଛି । ଏଥିରେ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ଯିବା ସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ପରିସ୍ଥିତିକୁ କାବୁ କରିବା ପାଇଁ ଜିଲାରେ କର୍ଫ୍ୟୁ ଜାରି ହୋଇଛି । ତେବେ ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋମ ଟାଙ୍କୁରି ଯାଉଛି । ଘଟଣାକୁ ବଖାଣିଛନ୍ତି ଜଣେ ପୁଲିସ କର୍ମୀ ।

ଆହତ ହୋଇଥିବା ଜଣେ ମହିଳା ପୁଲିସ କର୍ମୀ କୁହନ୍ତି କି ଉପଦ୍ରବ ଆରମ୍ଭ ହେବା ପରେ ସେ ଜୀବନ ବଞ୍ଚାଇବା ପାଇଁ ଏକ ଘରେ ପଶିଗଲେ । ତାଙ୍କ ସହିତ ଆଉ ୧୫ -୨୦ ଜଣ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ସେ ଘରେ ପଶିଗଲେ । ସେହି ସମୟରେ ବାହାରେ ଦଙ୍ଗା ସୃଷ୍ଟିକାରୀ ସେହି ଘରେ ନିଆଁ ଲଗାଇଦେବା ସହ ବାହାରୁ ଥାଇ ପଥର ମାଡ କଲେ ।

- Advertisement -

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ପୁଲିସକର୍ମୀ କୁହନ୍ତି କି ପରିସ୍ଥିତି ଅତି ଖରାପ ଥିଲା । ଚାରିଆଡେ ପଥର ମାଡ ସହ କାଚ ମଧ୍ୟ ଫୋପାଡୁଥିଲେ ଉପଦ୍ରବକାରୀ । ଯିଏ ତାଙ୍କୁ ରକ୍ଷା କରିଥିଲା ତା ଘର ଭାଙ୍ଗି ଦେଇଥିଲେ ବିକ୍ଷୋଭକାରୀ ।  ପ୍ରାୟ ୨୦୦ରୁ ଅଧିକ ପୁଲିସକର୍ମୀ ଆହତ ହୋଇଥିବା ସେ କହିଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ଆହତଙ୍କ ମଧ୍ୟରେ ନଗର ନିଗମ କର୍ମଚାରୀଙ୍କ ସମେତ ଅନେକ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ତେବେ  ପରିସ୍ଥିତିକୁ ନଜରରେ ରଖି ଜିଲାରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories