www.samajalive.in
Friday, December 12, 2025
26.1 C
Bhubaneswar

ହଳଦିଆ ଖାଡ଼ି ଲଙ୍କାର ଅଭାବୀ ବିକ୍ରି

ବଡ଼ସାହି : ଭାରତରେ ଲଙ୍କା ଭିତରେ ସବୁଠାରୁ ଆଦୃତ ଲଙ୍କା ହେଉଛି ବଡ଼ସାହି ଅଞ୍ଚଳର ହଳଦିଆ ଖାଡ଼ି ଲଙ୍କା। ସରୁ ମଧ୍ୟମ ଲମ୍ବା, ସ୍ୱାଦଯୁକ୍ତ ତଥା ପାଚିଗଲେ ଏହା ହଳଦିଆ ଦେଖାଯାଉଥିବାରୁ ନାମ ତା’ର ହଳଦିଆ ଖାଡ଼ି। ମୟୂରଭଞ୍ଜ ଜିଲାର ବଡ଼ସାହି ବ୍ଲକରେ ଏହି ଲଙ୍କା ସର୍ବାଧିକ ଅମଳ ହୋଇଥାଏ। ଫେବୃଆରୀ ୨ୟ ସପ୍ତାହରୁ ମଇମାସ ଶେଷ ପର୍ଯ୍ୟନ୍ତ ଏଠାରେ ଏପରି ଲଙ୍କା ପ୍ରଚୁର ଅମଳ ହୋଇଥାଏ। ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ସଂଲଗ୍ନ ଗମ୍ଭାରିଆ, ଅସ୍ତପୁରା, ତେନ୍ତୋଳ, ରଙ୍ଗପାଣି, ଦୁର୍ଗାପୁର, ମୂଷାଗଡ଼ିଆ, ମାଣତ୍ରୀ, ଭୀମିଦା, ପଟିସାରୀ, ଜଡ଼ିଦା, ନରଣଗାଁ, ମାନଗୋବିନ୍ଦପୁର, ଶାଳଗାଁ, ପାଳପାଟଣା, ସୋରିଷକୋଠା, ଉତ୍ତରପାଳ, ଚେଙ୍ଗୁଆ, ରତନପୁର, ଦାଶିପୁର, ଡୁମୁରିଆ, ଭୁରୁଡ଼ିଆ, ଆଗରିଆ, କୁଲକୋଠା, ଶଙ୍କୁଚା, ନିଶ୍ଚିନ୍ତପୁର, ଚକ୍ରଧରପୁର, ଶ୍ରୀରାମପୁର, ଜଳନଣ୍ଡ, ବିଦ୍ୟାଧରଖୁଣ୍ଟା, ଚନ୍ଦନପୁର, ମହୁପୁରା, ସର୍ବେଶ୍ୱରପୁର, ମିରିଗଦାରୀ ଓ କୁଡ଼ିମୁଣ୍ଡା ଗ୍ରାମର ୫ହଜାରରୁ ଅଧିକ ଚାଷୀ ଏହି ଲଙ୍କା ଚା​‌ଷ​‌ ଉପରେ ନିର୍ଭର।

କନ୍ତୁ ମହାମାରୀ କୋରନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ସରକାରଙ୍କ ୪୭ ଦିନ ଧରି ତାଲାବନ୍ଦ ସବୁକିଛି ଉଜାଡ଼ି ଦେଇଛି। ଏଠାକାର ଉତ୍ପାଦିତ ଲଙ୍କା ଟାଟା, ରାଞ୍ଚି, କଲକାତା, ଖଡ଼ଗପୁର, ଦିଲ୍ଲୀ ଓ ହରିଆନା ମାର୍କେଟରେ ଚାହିଦା ରହିଥାଏ। ଆରମ୍ଭରୁ ବାଲେଶ୍ୱରର ବେପାରୀ କିଗ୍ରା ପ୍ରତି ୩୦ଟଙ୍କାରୁ ଲଙ୍କା କିଣି ଶେଷ ସମୟ ବେଳକୁ ୧୦ଟଙ୍କା କେଜି ପ୍ରତି ଚାଷୀଙ୍କୁ ପ୍ରଦାନ କରିଥାନ୍ତି। ସ୍ଥାନୀୟ ବଜାରରେ ଖୁଚୁରା ଦର ୧୦୦ଟଙ୍କାରୁ ୩୦ଟଙ୍କା କେଜି ପ୍ରତି ରହିଥାଏ।

- Advertisement -

ମାତ୍ର ଚଳିତବର୍ଷ ସ୍ଥିତି ପାଇଁ ବାଲେଶ୍ୱର ବେପାରୀଙ୍କ ଦର୍ଶନ ନଥିବା ବେଳେ ହାଟ ବେପାରୀ ୧୦ଟଙ୍କାରେ କିଣୁଛନ୍ତି ବୋଲି ଚାଷୀ ଅକ୍ଷୟ ଦେହୁରୀ ଓ ମିନସ ଦେହୁରୀ କହିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, ଲଙ୍କା ତୋଳାଳୀ କେଜି ପ୍ରତି ୫ଟଙ୍କା ନେଉଥିବା ବେଳେ ୫ଟଙ୍କା ଲଙ୍କା କିଲୋକୁ ମିଳୁଥିବାରୁ ଆମେ ଲଙ୍କା ତୋଳିବା ବନ୍ଦ କରିଦେଇଛୁ। ଜମିରେ ଲଙ୍କା ପାଚି ଝଡ଼ିଲାଣି। ଚଳିତ ବର୍ଷର କ୍ଷତି ୧୦ବର୍ଷ ପଛକୁ ଆମକୁ ନେଇଗଲା ବୋଲି କୋହଭରା କଣ୍ଠରେ ସେମାନେ କହିଛନ୍ତି।

କୃଷିମନ୍ତ୍ରୀ ଅରୁଣ ସାହୁ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଅତ୍ୟାଧୁନିକ କୌଶଳ ଘୋଷଣା କରିଥିଲେ ହେଁ ବଡ଼ସାହି ବ୍ଲକର ଲଙ୍କା ଚାଷୀ ତା’ର ସୁବିଧା ପାଉନାହାନ୍ତି। ସୀମିତ କୃଷି ଅଧିକାରୀ ଓ କର୍ମଚାରୀ କୋରନା ଭୟ ପାଇଁ ଚାଷୀଙ୍କ ପାଖକୁ ଆସିବା ଦୂରରେ ଥାଉ, କାର୍ଯ୍ୟାଳୟ ମାଟି ମାଡୁନାହାନ୍ତି। ଅମଳ ଲଙ୍କାରେ ଆଚାର ପ୍ରସ୍ତୁତି, ସସ୍‍ ତିଆରି ତଥା ପାଚିଲା ଲଙ୍କା ପେକେଟିଂ ଓ ଗୁଣ୍ଡର ବୈଷୟିକ ସହାୟତା ପ୍ରଦାନ କରି ସ୍ୱୟଂସହାୟିକା ଗୋଷ୍ଠୀ ଜରିଆରେ କାର୍ଯ୍ୟ ସୁଯୋଗ ସୃଷ୍ଟି କରାଗଲେ ଲଙ୍କାଚାଷ ଜନିତ କ୍ଷତିର ବିକଳ୍ପ ନିରାକରଣ କରାଯାଇପାରନ୍ତା ବୋଲି କଂଗ୍ରେସର ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର କରମହାପାତ୍ର କହନ୍ତି। ଅପରପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ବ୍ଲକ ନବ ନିର୍ମାଣ କୃଷକ ସଂଘର ସଦସ୍ୟ ଦେବବ୍ରତ ସାହୁ ନିବେଦନ କରିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories