www.samajalive.in
Saturday, December 6, 2025
26.1 C
Bhubaneswar

ପିଆଜ ରସରେ ନଡ଼ିଆ ତେଲ ମିଶାଇ କେଶରେ ଲଗାନ୍ତୁ

ଘରେ ପ୍ୟାକ୍‌ ତିଆରି କରି କେଶରେ ଲଗାଇଲେ କେଶ ଘନତ୍ବ ବଢ଼ିବା ସହ ଅନ୍ୟ କେଶ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ।  ରୋଷେଇ ଘରେ ଥିବା ସାମଗ୍ରୀରେ କେଶର ସହଜ ଉପଚାର କରିହେବ।
– ମେଥି ୨ଚାମଚକୁ ରାତିରୁ ବତୁରାଇ ରଖିବେ। ସକାଳେ ଏହାକୁ ବାଟି ଅଧ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏବେ ସେଇ ପ୍ୟାକ୍‌କୁ କେଶରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ମେଥି ନିୟମିତ ଖାଇଲେ ମଧ୍ୟ କେଶ ଘନତ୍ବ ବଢ଼ିବା ସହ ଅକାଳରେ ପାଚିବାରୁ ରକ୍ଷା ମିଳେ।
– ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଁଳା ରସ କେଶ ଓ ତ୍ବଚା ପାଇଁ ଏକ ଉତ୍ତମ ଖୋରାକ୍। ଅଁଳା ଗୁଣ୍ଡ ୨ଚାମଚରେ କଞ୍ଚା ଖିର ମିଶାଇ ତାହାକୁ କେଶ ମାସ୍କ ଭାବେ ଲଗାଇବେ। ଶୁଖିବା ପରେ କେଶ ଶ୍ୟାମ୍ପୁ କରିବେ। କେଶ ପାଚିବା, ରୁପି ସମସ୍ୟା ଇତ୍ୟାଦି ଏଇ ଉପାୟରେ କମ୍ ହୋଇଥାଏ।
– ଅଣ୍ଡାରେ ଥିବା ପ୍ରୋଟିନ୍ ମଧ୍ୟ କେଶ ସମସ୍ୟାକୁ କମ୍ କରେ। ମେହେନ୍ଦୀ ପ୍ୟାକ୍‌ରେ ଅଣ୍ଡାର ଧଳା ଅଂଶ ମିଶାଇ କେଶରେ ପ୍ୟାକ୍ ଭଳି ଲଗାନ୍ତୁ। ୪୫ ମିନିଟ୍ ପରେ ଧୋଇନେବେ। କେଶ ଘନତ୍ବ ବଢ଼ାଇବାକୁ ଚାହୁଁଥିଲେ ସପ୍ତାହରେ ଥରୁଟିଏ ଏଇ ଉପାୟ କଲେ ଲାଭ ମିଳେ।
– ଆଣ୍ଟି-ଅକ୍ସିଡାଣ୍ଟ ଓ ସଲଫର୍‌ ଭରପୂର ପିଆଜ ରସ ମଧ୍ୟ କେଶକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇଥାଏ। ପିଆଜ ରସରେ ନଡ଼ିଆ ତେଲ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। କେଶ ଅଧିକ ଝଡ଼ୁଥିଲେ ପିଆଜ ରସ ୧ ସପ୍ତାହ ଲଗାଇଲେ ଫରକ୍ ଜାଣିପାରିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories