www.samajalive.in
Saturday, December 13, 2025
21.1 C
Bhubaneswar

ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାନ୍ତୁ

ଯଦି ଆପଣ ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। କେଶ ରେଶମୀ ହୋଇଥାଏ।
ସୋରିଷ ତେଲକୁ ସାମାନ୍ୟ ଉଷୁମ କରି କିମ୍ବା ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରୂପି ଦୂର ହୋଇଥାଏ। ଆରମ ମଧ୍ୟ ଅନୁଭବ ହୋଇଥାଏ।
ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। ଲେମ୍ବୁରେ ପୋଷକ ତତ୍ତ୍ୱ ଓ ମହୁ ମିଶ୍ରଣ କେଶ ପାଇଁ ଖୁବ ଉତ୍ତମ। ସପ୍ତାହକୁ ୨ କିମ୍ବା ୩ ଥର ଏହାକୁ ଲଗାଇ ୨୫ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ।
ଯଦି ଆପଣଙ୍କ କେଶ ଅଧିକ ଶୁଷ୍କ , ତେବେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେଲରେ କେଶ ମୂଳକୁ ମାଲିସ କରନ୍ତୁ। ଏହି ତେଲରେ ଆପଣ ମହୁ ମିଶାଇ ଏହାକୁ ବ୍ୟବହାର କରି ପାରିବେ। ଏହାକୁ ଲଗାଇ ୩୦ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ରେଶମୀ ହେବା ସହ ରୂପି ସମ୍ପୂର୍ଣ୍ଣ ଦୂର ହୋଇଥାଏ।
କଦଳୀ ଖାଇବାକୁ ଯେତେ ସୁଆଦିଆ, ଏଥିରେ ଭିଟାମିନ ବି୬ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। କଦଳୀ ବ୍ୟତୀତ ଏହାର ଚୋପା ମଧ୍ୟ ଖୁବ ଲାଭଦାୟକ।
କେଶକୁ ରେଶମୀ ଓ ସୁନ୍ଦର କରିବା ପାଇଁ କଦଳୀର ପେଷ୍ଟ ସହ ଅଳ୍ପ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରନ୍ତୁ। ଚମତ୍କାର ନିଜେ ଅନୁଭବ କରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories