www.samajalive.in
Saturday, December 6, 2025
26.1 C
Bhubaneswar

କେଶକୁ ଘନ ଓ ଲମ୍ବା କରିବା ପାଇଁ ୫ଟି ଆୟୁର୍ବେଦିକ ଉପାୟ

ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ କେଶକୁ ନେଇ ଖୁବ୍ ଯତ୍ନବାନ । ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ କେଶର ଭୂମିକା ମହତ୍ତ୍ବପୂର୍ଣ୍ଣ । କିନ୍ତୁ ପ୍ରଦୂଷଣ ଓ ସମୟର ଅଭାବ କାରଣରୁ କେଶ ଖରାପ ଓ ରୁକ୍ଷ ହୋଇ ଯାଇଥାଏ । ଏହା ସହ କେଶ ଝଡିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକେ ବିଭିନ୍ନ କମ୍ପାନୀର ଶାମ୍ପୁ ଓ କଣ୍ଡିଶନର ଆଦି ବ୍ୟବହାର କରିଥାଆନ୍ତି । ହେଲେ ବିଶେଷ ସୁଫଳ ମିଳିନଥାଏ । କିନ୍ତୁ କୌଣସି ଅର୍ଥ ଖର୍ଚ୍ଚ ନକରି ଘରୋଇ ଉପାୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆୟୁର୍ବେଦରେ ମଧ୍ୟ ସୁସ୍ଥ କେଶ ପାଇଁ ଏହି ଘରୋଇ ଉପଚାରକୁ ବ୍ୟବହାର କରିବାକୁ କୁହାଯାଇଛି ।

ମେଥି ଦାନା: ମେଥି ଦାନାରେ ଭରପୁର ମାତ୍ରାରେ ଫୋଲିକ ଏସିଡ୍, ଭିଟାମିନ୍ ଏ, କେ ଏବଂ ସି ରହିଥାଏ । ଏଥିରେ ପ୍ରୋଟିନ୍ ଏବଂ ନିକୋଟିନ ଏସିଡ୍ ଥାଏ, ଯାହା ଦ୍ବାରା କେଶ ଝଡିବା ଭଳି ସମସ୍ୟା ଦୂର ହୋଇଥାଏ । କେଶ ମୂଳ ସୁସ୍ଥ ରହିବା ସହ ଖରାପ ହୋଇନଥାଏ । ଏଥିପାଇଁ ରାତିରେ ଦୁଇ ଚାମଚ ମେଥି ଦାନା ପାଣିରେ ଭିଜାଇ ରଖନ୍ତୁ । ପରଦିନ ସକାଳେ ଏହାକୁ ପେଷ୍ଟ କରି କେଶମୂଳରେ ୨୦ ମିନିଟ୍ ରଖି ଧୋଇ ଦିଅନ୍ତୁ । ଏହା ଦ୍ବାରା କେଶ ଘନ, ଲମ୍ବା ଓ ମଜଭୁତ୍ ହୋଇଥାଏ । ଆପଣ ଖାଦ୍ୟ ତାଲିକାରେ ମେଥି ଦାନା ସାମିଲ କରିପାରିବେ ।

- Advertisement -

ଭୃଙ୍ଗରାଜ ତେଲ: କେଶକୁ ସୁସ୍ଥ କରିବା ପାଇଁ ଭୃଙ୍ଗରାଜ ତେଲ ସବୁଠାରୁ ପୁରୁଣା ଓ ଲାଭଦାୟକ ଘରୋଇ ଉପଚାର । ଏଥିରେ ଆଣ୍ଟି-ଆକ୍ସିଡେଣ୍ଟ ଗୁଣ ରହିଥାଏ । ଯାହା ଦ୍ବାରା କେଶ ଘନ ଓ ଳମ୍ବା ହୋଇଥାଏ ।

ଅଁଳା: ଖାଦ୍ୟରେ ଭିଟାମିନ କମ୍ କାରଣରୁ କେଶ ଝଡିବା ଏବଂ ରୂପି ଭଳି ସମସ୍ୟା ଦେଖା ଦେଇଥାଏ । ଅଁଳା ସେବନ ଓ ଅଁଳା ତେଲ ମୁଣ୍ଡରେ ମାଲିସ କରିବା ଦ୍ବାରା କେଶ ସମସ୍ୟା ଦୂର ହୋଇଥାଏ । ଏହା ସହ ଅଧିକ ପର୍ୟ୍ୟନ୍ତ କେଶ କଳା ରହିଥାଏ ।

ଦହି: ଦହି ଥଣ୍ଡା ହେବା ସହ ସେଥିରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ପ୍ରୋଟିନ କେଶ ମୂଳକୁ ସୁସ୍ଥ ଓ ନୂଆ ଫୋଲିସଲ୍ସ ବୃଦ୍ଧି ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । କେଶରେ ଦହି ଲଗାଇ ୧୫ ମିନିଟ୍ ଛାଡି ଦିଅନ୍ତୁ ଏବଂ ପରେ ସଫା କରି ଦିଅନ୍ତୁ । କେଶରେ ଦହି ଲଗାଇବା ଦ୍ବାରା କେଶ କୋମଳ ଓ ମୁଲାୟମ ହୋଇଥାଏ ।

ଆୟୁର୍ବେଦ ଅନୁଯାୟୀ, କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇଁ ଡାଲଚିନି, ତରଭୁଜ, ଅଙ୍ଗୁର ଆଦି ସେବନ କରିବା ଉଚିତ୍ । ଏହା ଦ୍ବାରା ଶରୀରକୁ ଅତ୍ୟାବଶ୍ୟକ ପୌଷ୍ଟିକ ତତ୍ତ୍ବ ମିଳିଥାଏ । ଯାହା କେଶକୁ ସୁସ୍ଥ ରଖିଥାଏ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories