www.samajalive.in
Saturday, December 6, 2025
26.1 C
Bhubaneswar

କେଶର ପାଇଁ ରସୁଣର ବ୍ୟବହାର

ପ୍ରତ୍ୟେକଙ୍କୁ ଲମ୍ବା, ଘନ କେଶ ଖୁବ ପସନ୍ଦ। ମାତ୍ର ପ୍ରଦୂଷଣ, ଅପରିଷ୍କାର, ଖାଦ୍ୟପେୟ ଆଦି କାରଣରୁ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କେଶ ପାଇଁ ଏକ ମୁଖ୍ୟ ସମସ୍ୟା ହେଉଛି ରୂପି। ଏଥିରେ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ବହୁ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ସେଥିରେ ଥିବା କେମିକାଲ କେଶ ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର ଏକ ସହଜ ଘରୋଇ ଉପାୟରେ ଏହି ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ। ସେହି ଉପାୟଟି ହେଉଛି ରସୁଣ। ଏହାକୁ ବ୍ୟବହାର କରିବା ଦ୍ୱାରା ରୂପିରୁ ମୁକ୍ତି ମିଳିଥାଏ। ଜାଣନ୍ତୁ କିପରି ଏହାକୁ ବ୍ୟବହାର କରିବେ ….
ଘିକୁଆଁରୀ ଓ ରସୁଣ –
୨ ଚାମଚ ଘିକୁଆଁରୀ ରସରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ। ଏହାପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଦୂର କରିଥାଏ।
ସେଓର ସିରକା ଓ ରସୁଣ ରସ –
୧ ଚାମଚର ରସୁଣ ରସରେ ୨ ଚାମଚ ସେଓର ସିରକା ମିଶାଇ ଏହାକୁ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ସାମ୍ପୁ କରି ଦିଅନ୍ତୁ। ଏହା ମଧ୍ୟ କେଶରୁ ରୂପି ଦୂର କରିଥାଏ।
ମହୁ ଓ ରସୁଣ –
୨ଚାମଚ ମହୁରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ କେଶ ମୂଳରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ସାମ୍ପୁ କରି ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ଲଗାନ୍ତୁ।
ରସୁଣ ପେଷ୍ଟ –
ରସୁଣ ପେଷ୍ଟ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଏହାମଧ୍ୟ କେଶ ପାଇଁ ଖୁବ ଉତ୍ତମ ଅଟେ। ଏହାକୁ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ
ରସୁଣ ପେଷ୍ଟ ଓ ଲେମ୍ବୁ ରସ –
ରସୁଣ ପେଷ୍ଟ ଓ ଲେମ୍ବୁ ରସକୁ କେଶର ମୂଳରେ ଲଗାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories