www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ କମ୍ପାନୀର ଗୁଟଖା ବିକି ପାକିସ୍ତାନ ନାଗରିକ ଦଣ୍ଡିତ

ପାକିସ୍ତାନ : ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ସମସ୍ତ ଗୁଟଖା ପ୍ୟାକେଟରେ ମଧ୍ୟ ଲେଖାଯାଇଛି। ଏହାପରେ ମଧ୍ୟ ଗୁଟଖା ସମସ୍ତ ଦୋକାନରେ ସହଜରେ ମିଳିଥାଏ। କିନ୍ତୁ ଭାରତର ଏହି ଗୁଟଖା ପାକିସ୍ତାନରେ ମଧ୍ୟ ବିକ୍ରି କରାଯାଏ। ପାକିସ୍ତାନରେ ଏହା ଲୁଚାଛଫାରେ ବିକ୍ରି କରାଯାଏ।
ସୂଚନା ଅନୁସାରେ ପାକିସ୍ତାନରେ ଭାରତୀୟ ପ୍ରସ୍ତୁତ ଗୁଟଖା ବିକ୍ରି କରୁଥିବା ଏକ ବ୍ୟକ୍ତିକୁ ପୁଲିସ୍‍ ଗିରଫ କରି କୋର୍ଟଚାଲଣ କରିଥିଲେ। କୋର୍ଟ ଏହି ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଦଣ୍ଡାଦେଶ ଶୁଣାଇଛନ୍ତି। ଗୋବିନ୍ଦ ମହାରାଜ ନାମକ ଜଣେ ବ୍ୟକ୍ତି ଗୁଟଖା ବିକ୍ରି କରୁଥିବା ସମୟରେ ଥାରପରକର ଜିଲାର ସ୍ଥାନୀୟ ପୁଲିସ୍‍ କିଛି ସପ୍ତାହ ପୂର୍ବେ ଗୋବିନ୍ଦଙ୍କୁ ଗୁଟଖା ବିକ୍ରି କରୁଥିବା ଗିରଫ କରିଥିଲେ।
ଏହି ମାମଲାରେ ବିଚାରପତି ଗୁରମୁରଦାସ ଗୁଟକା ବେପାରୀ ଗୋବିନ୍ଦଙ୍କୁ ଗୁଟଖା ବିକ୍ରୟ ଅଭିଯୋଗରେ ଚାରି ମାସ ମନ୍ଦିର ସଫା କରିବାକୁ ଦଣ୍ଡ ଶୁଣାଇଛନ୍ତି। ଏହାସହ ସେ ୨ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୁହାଯାଇଛି। ଚାରିମାସ ଦଣ୍ଡ ସରିବା ପରେ ପୁଣିଥରେ ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ ୨୦୧୭ରେ ଡ୍ରଗ୍ସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ବେନଜେରିବାଦ ଅଞ୍ଚଳରେ ଥିବା ଏକ ମସଜିଦରେ ଏକ ବର୍ଷ ପର୍ଯ୍ୟନ୍ତ ଛାଡୁ ଲଗାଇବା ଓ ଦିନକୁ ପାଞ୍ଚ ଥର ନମାଜ ପଢିବାକୁ ଦଣ୍ଡ ଶୁଣାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories