www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ପଞ୍ଚାୟତ ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ

ଗୁରୁଡିଝାଟିଆ: ଗାଁ ଗାଁରେ ଏବେ ରାଜନୈତିକ ଉଷ୍ମତା ଦେଖାଦେଚଇି। ନିର୍ବାଚନ ରଣାଙ୍ଗନରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ପାଇଁ ସଜବାଜ ହେଉଛନ୍ତି। ବିଶେଷତଃ ଶାସକ ଦଳର ସମର୍ଥିତ ପ୍ରାର୍ଥୀଙ୍କ ଲମ୍ବାତାଲିକା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ଦାଖଲ କରାଯାଇଛି। ବହୁ ଆଶାୟୀ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ପ୍ରତିଦ୍ବନ୍ଦୀତା କରିବା ନିମନ୍ତେ ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ତାହା ସ୍ଥାନୀୟ ବିଧାୟକଙ୍କ ପାଖରେ ଦାଖଲ କରାଯାଇଛି। ଗୋଟିଏ ଗୋଟିଏ ପଞ୍ଚୟତରେ ଏକାଧିକ ଆଶାୟୀ ରହିଥିବାରୁ ଚୟନ କରିବା ମଧ୍ୟ କଷ୍ଟକର ବ୍ୟପାର। ତଥାପି ଚଳିତ ପଞ୍ଚାୟତ ନିର୍ବାଚନ ରେ ନୂଆମୁହଁ ଓ ଯୁବବର୍ଗଙ୍କୁ ଅଗ୍ରାଧିକାର ଦେବାର ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦିନେ ଦୁଇଦିନ ଭିତରେ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଯିବ।

 

- Advertisement -

ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏପରିକି ନିଜର ପାରିବା ପଣିଆ ଦେଖାଇବା ପାଇଁ ମନ୍ତ୍ରୀଙ୍କ ନିକଟରେ ସେମାନେ ଲବି କରୁଛନ୍ତି। ହେଲେ ଠିକଣା ସମୟରେ ସଠିକ୍ ନିର୍ଣ୍ଣୟ ନିଆଯିବ ବୋଲି ଦଳୀୟକର୍ମୀମାନେ ବିଶ୍ୱାସ ରଖିଛନ୍ତି। ହେଲେ ସବୁଠାରୁ ବଡକଥା ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ପଞ୍ଚାୟତ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପାଇଁ ସମ୍ମାନର ପ୍ରଶ୍ନ ଉଠିଛି। ଏଠାରେ ଏକାଧିକ ଦଳୀୟ ପ୍ରାର୍ଥୀ ସରପଞ୍ଚ ପାଇଁ ଆଶାୟୀ ଅଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ସହ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ପରାଜିତ କରି କିଭଳି ଭାବେ ଶାସକ ଦଳ ବିଜୟୀ ଲାଭ କରିବ ସେଥିନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories