www.samajalive.in
Monday, December 8, 2025
13.1 C
Bhubaneswar

କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଧ୍ୟାପିକାଙ୍କ ଅଭିଯୋଗ, ଗୁରୁଡ଼ିଝାଟିଆ ଥାନାରେ ଏତଲା

କଟକ: କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ଓ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ। ଅଭିଯୋଗ କରିଛନ୍ତି କଲେଜର ଅଧ୍ୟାପିକା। ଜଣେ କି ଦୁଇ ଜଣ ନୁହନ୍ତି, ୪ ଜଣ ଅଧ୍ୟାପିକା ଏହି ଅଭିଯୋଗ କରିବା ସହ ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଘଟଣାଟି ଘଟିଛି କଟକ ଗୁରୁଡ଼ିଝାଟିଆସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ମହାବିଦ୍ୟାଳୟରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ବେଳେ ଯୌନ ନିର୍ଯାତନା ଦିଆଯିବା ନେଇ ଗୁରୁଡ଼ିଝାଟିଆ ଥାନାରେ ଏତଲା ଦାୟର କରିଛନ୍ତି୪ ଜଣ ଅଧ୍ୟାପିକା । ଏନେଇ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରି ଦେଇଛନ୍ତି । ସେପଟେ ଅଧ୍ୟାପିକା ମାନଙ୍କ ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଏବଂ ଅଧ୍ୟାପିକାମାନେ ବହୁତ ଦିନ ଧରି ତାଙ୍କ ଅଭିଯୋଗ କରି ଆସୁଛନ୍ତି ଏବଂ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ତଦନ୍ତରେ ତାଙ୍କ ବିରୁଦ୍ଧରେ ପ୍ରମାଣ ମିଳିନାହିଁ। ଫଳରେ ଏବେ ସେମାନେ ପୋଲିସରେ ଅଭିଯୋଗ କରିଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories