www.samajalive.in
Sunday, December 14, 2025
26.1 C
Bhubaneswar

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ମହାନଦୀରେ ବୁଡି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ପଞ୍ଚାୟତ ପାଇକରାପୁର ଗ୍ରାମର ପ୍ରବୀର ସାହୁ(୩୧)ଙ୍କ ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସାପାଇଁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅଧିକ ଚିକିତ୍ସା ଆବଶ୍ୟକ ହେବାରୁ କଟକର ଏକ ଘରୋଇ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗତକାଲି ପାଇକରାପୁର ଗାଁ ନଦୀଘାଟରେ ଗାଧୋଉଥିବା ବେଳେ ପ୍ରବୀର ହଠାତ୍ ବୁଡିଯାଇଥିଲା। ପରିବାର ଲୋକେ ଗାଧୋଇବାର ବିଳମ୍ବ ଜାଣି ଖୋଜାଖୋଜି କରିଥିଲେ। ଗ୍ରାମର ଲୋକମାନେ ଏକଥା ଜାଣିବା ପରେ ଖୋଜାଖୋଜି କରିଥିଲେ ଏବଂ ସଂକଟାପନ୍ନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରବୀରକୁ ପ୍ରଥମେ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ।

- Advertisement -

କଟକ ଚିକିତ୍ସା ପାଇଁ ନେବା ବାଟରେ ପ୍ରବୀରଙ୍କ ମୃତ୍ୟୁ ହୋଇଯାଇଥିଲା। କଟକରୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ଗାଁକୁ ଆସିବା ପରେ ସତ୍କାର କରାଯାଇଥିଲା। ପ୍ରବୀରର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories