୫ କଳାକାରଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ମାସ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ‘ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯’। ଚଳିତ ବର୍ଷ ଏହି ଉତ୍ସବ ୨୫ବର୍ଷରେ ପଦାର୍ପଣ କରିଥିବାରୁ ପାଞ୍ଚଦିନ ପରିବର୍ତ୍ତେ ସାତଦିନ ଧରି ଉତ୍ସବ ଅନୁଷ୍ଠିତ ହେବ ବୋଲି ‘ସୃଜନ’ର ନିେର୍ଦଶକ ରତିକାନ୍ତ ମହାପାତ୍ର ଓ ସଦସ୍ୟ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।
ସଙ୍ଗୀତ କ୍ଷେତ୍ରରେ ପ୍ରଚାର, ପ୍ରସାର ସହ ପ୍ରତିଭାଙ୍କୁ ସମ୍ମାନିତ କରିଆସୁଛି। ଚଳିତବର୍ଷ ନୃତ୍ୟ, ନାଟକ, ସଙ୍ଗୀତ ଏବଂ ସିନେମା କ୍ଷେତ୍ରରୁ ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ସେମାନେ ହେଲେ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟକଳା ସମାଲୋଚକ ତଥା ଲେଖକ ପଦ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ତଥା ଲେଖିକା ଲୀଲା ଭେଙ୍କଟରମଣ ଓ ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚା। ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା, ସ୍ମୃତିଫଳକ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ। ସେହିପରି ପାଞ୍ଚଜଣ ଯୁବ କଳାକାରଙ୍କୁ ମଧ୍ୟ ‘ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ପ୍ରଦାନକରାଯିବ। ସେମାନେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ୱପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟରେ ଅନ୍ୱେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତରେ ସତ୍ୟବ୍ରତ କାଠ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା, ସ୍ମୃତିଫଳକ, ଉପଢୌକନ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୧୧ତାରିଖ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ କରିେବ। ଉଦଘାଟନୀ ସନ୍ଧ୍ୟାରେ ଅନୁପ ଜଲୋଟାଙ୍କ ସଙ୍ଗୀତ ଶୁଣିବାକୁ ମିଳିବ। ପ୍ରତି ସନ୍ଧ୍ୟାରେ ଦେଶର ବହୁ ବିଶିଷ୍ଟ କଳାକାର ନୃତ୍ୟ, ସଙ୍ଗୀତ ପରିବେଷଣ କରିେବ। ଉଦଯାପନୀ ସନ୍ଧ୍ୟାରେ ‘ସୃଜନ’ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦେଶନାରେ ନୃତ୍ୟନାଟିକା ‘ନମାମି ଗଙ୍ଗେ’ ପରିବେଷିତ ହେବ।
Comments are closed.