ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀର ଧମକ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନ ପୁଣି ଭାରତକୁ ଧମକ ଦେଇଥିବା ନେଇ ବୁଧବାର ଖବର ମିଳିଛି। ଭାରତର ସଂସଦ ଉପରେ ଡିସେମ୍ବର ୧୩ କିମ୍ବା ତା’ପୂର୍ବରୁ ଆକ୍ରମଣ କରାଯିବ ବୋଲି ଏକ ଭିଡିଓ ମାଧ୍ୟମରେ ଗୁରପତୱନ୍ତ ସିଂ ପନ୍ନୁନ ଧମକ ଦେଇଛି। ସେ ଭିଡିଓରେ, ତାକୁ ହତ୍ୟା କରିବା ଲାଗି ହୋଇଥିବା ଷଡଯନ୍ତ୍ର ବିଫଳ ହୋଇଥିବା କହିବା ସହ ସଂସଦକୁ ଦୋହଲାଇ ଦବୁ ବୋଲି କହିଛି।
ସୂଚନା ଯୋଗ୍ୟ, ୧୩ ଡିସେମ୍ବର ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁକୁ ୨୦୧୩ରେ ଫାଶି ହୋଇଥିଲା। ଭିଡିଓ ଜରିଆରେ ଅଫଜଲ ଗୁରୁର ଫଟୋ ସହ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନ ଏହି ଆକ୍ରମଣ ଧମକ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନ ଆମେରିକାରେ ଥିବା ଜଣାପଡିଛି।

 

Comments are closed.