www.samajalive.in
Monday, December 8, 2025
13.1 C
Bhubaneswar

ପୁଣି ଜେଲରୁ ବାହାରିଲେ ରାମ ରହିମ, ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲ

ରୋହତକ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ ନବମ ଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ ରହିମ ରୋହତକ ଜେଲରୁ ସିରସା ଅଭିମୁଖେ ବାହାରି ଯାଇଛନ୍ତି। ଜେଲ୍ ଯିବା ପରେ ପ୍ରଥମ ଥର ପାଇଁ ରାମ ରହିମ ସିରସାସ୍ଥିତ ଆଶ୍ରମକୁ ଯାଉଛନ୍ତି। ଏହାପୂର୍ବରୁ ଯେତେଥର ରାମ ରହିମଙ୍କୁ ପାରୋଲ ମିଳିଛି, ସେ ୟୁପିର ବରନାଓ୍ବା ଆଶ୍ରମକୁ ଯାଉଥିଲେ। ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬:୩୬ ସମୟରେ ହନିପ୍ରୀତଙ୍କ ସହ ଜେଲରୁ ବାହାରିଥିଲେ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ରାମ ରହିମ ପାରୋଲରେ ମୁକୁଳିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ସାଧ୍ବୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେବେଠାରୁ ସେ ରୋହତକସ୍ଥିତ ସୁନାରିଆ ଜେଲରେ ଅଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories