www.samajalive.in
Saturday, December 13, 2025
26.1 C
Bhubaneswar

ନାଳରୁ ମୃତଦେହ ଉଦ୍ଧାର ଘଟଣା, ୫ ଅଭିଯୁକ୍ତ ଗିରଫ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଆଚବା ନାଳରୁ ବିହାରୀ ଯୁବକ ସୋନୁ କୁମାର ସିଂଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି ଗୁଣୁପୁର ପୁଲିସ। ​ଏହି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ମୃତକ ସୋନୁ ଏବଂ ଅନ୍ୟ ୫ ଅଭିଯୁକ୍ତ ଚୋରି ପାଇଁ ଏକାଠି ଯାଇଥିବାବେଳେ ବିଦ୍ୟୁତ ଆଘାତରେ ସୋନୁଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଚପାଇବା ଲାଗି ଅଭିଯୁକ୍ତମାନେ ସୋନୁଙ୍କ ମୃତଦେହକୁ ନାଳରେ ଫିଙ୍ଗିଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଗୁଣୁପୁର ରଘୁନାଥ ନଗରର ପ୍ରମୋଦ କୁମାର ମହାପାତ୍ର(ପିଣ୍ଟୁ), ତାର ସମ୍ପର୍କୀୟ ଭାଇ ଦୀପକ କୁମାର ପାଣିଗ୍ରାହୀ, ଅଜୟ କୁମାର ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର(ମୋହନ) ଏବଂ ଗୁଡାରିର ଯାଯଲ୍ୟ ପୂଜାରୀ। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, କେଜୈନ୍ଦ୍ର ଗ୍ରାମ ନିକଟରେ ୨୧ ତାରିଖ ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍ ତାର ଚୋରି କରିବାକୁ ୬ଜଣ ଯୁବକ ଯାଇଥିଲେ। ବିଦ୍ୟୁତ୍ ଖୁଣ୍ଟରେ ଥିବା ଡେଡ୍ ଓ୍ବାୟାର୍ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସୋନୁ ନିଶାସକ୍ତ ଅବସ୍ଥାରେ ଥାଇ ବିଦ୍ୟୁତ୍ ଖୁଣ୍ଟରେ ଚଢିଥିଲେ। ଏହାପରେ ଡେଡ୍ ଓ୍ବାୟାର୍ ଧରିବା ବଦଳରେ ବିଦ୍ୟୁତ୍ ଥିବା ତାରକୁ ଧରିଦେଇଥିଲେ। ବିଦ୍ୟୁତ୍ ଆଘାତ ଲାଗିବାରୁ ସୋନୁ ତଳେ ପଡିଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଅନ୍ୟ ସହଯୋଗୀମାନେ ତାଙ୍କୁ ସେଠାରୁ ବାଇକରେ ଧରି ଗୁଣୁପୁର ଅଭିମୁଖେ ଆସୁଥିଲେ। ରାସ୍ତାରେ ସୋନୁର ମୃତ୍ୟୁ ହୋଇଯାଇଥିଲା। ଘଟଣାକୁ ପପାଇବା ଉଦ୍ୟମ କରି ରାସ୍ତାକଡରେ ଥିବା ଆଚବା ଗ୍ରାମ ନିକଟ ନାଳରେ ସୋନୁଙ୍କ ମୃତଦେହ ପକାଇ ଅନ୍ୟମାନେ ଚାଲିଆସିଥିଲେ। ୨୨ ତାରିଖ ସକାଳେ ସ୍ଥାନୀୟ ଲୋକେ ନାଳରେ ମୃତଦେହ ଭାସୁଥିବା ଦେଖି ଗୁଣୁପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇଥିଲା। ପରେ ମୃତକର ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ପୁଲିସ ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୧୦୬( ୧), ୨୩୮, ୩୦୩(୧), ୩(୫)ରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories