www.samajalive.in
Saturday, December 6, 2025
26.1 C
Bhubaneswar

ଯୌତୁକ ଜୁଇରେ ନବବିବାହିତା

ଗୁଣୁପୁର: ହାତରେ ଶଙ୍ଖା ମଥାରେ ସିନ୍ଦୂର ନାଇ ଏକ ସୁନେଲି ସ୍ୱପ୍ନ ଦେଖି ବାପ ଘର ଛାଡ଼ି ଶାଶୁ ଘର ଯାଇଥିଲା ଝିଅଟି । ଅଜଣା ଲୋକଙ୍କୁ ଆପଣାର କରି ବେଶ ହସଖୁସିରେ ଦିନ କାଟିବା ପାଇଁ । ହେଲେ ସେ ଜାଣି ନ ଥିଲା ଶାଶୁଘରେ ଏଭଳି ଦୁର୍ଦ୍ଦଶାରେ ରହିବାକୁ ହେବ । ଶାଶୁ ଘର ଲୋକଙ୍କ ଯୌତୁକ ଜନିତ ନିର୍ଯ୍ୟାତନାକୁ ସହ୍ୟ କରି ନ ପାରି ଜୀବନ ହାରିଛନ୍ତି ନବବିବାହିତା । ଏଭଳି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ଦୁର୍ଗମ ପୁଟାସିଂ ଥାନା ଗୁନ୍ଥୁଲି (ଗଜପତି ଜିଲ୍ଲା ସୀମାନ୍ତ)ଗ୍ରାମରୁ । ଘଟଣା ସ୍ଥଳରେ ପୁଟାସିଂ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଏବା ଗ୍ରାମର ମାଗୁଣି ମହାନ୍ତିଙ୍କ ଝିଅ ବର୍ଷାରାଣୀ ମହାନ୍ତି (୨୦) ଗୁନ୍ଥୁଲି ଗ୍ରାମର ରଘୁନାଥ ପାତ୍ରଙ୍କୁ ଦୁଇ ମାସ ତଳେ ବିବାହ କରିଥିଲେ । ସେବେଠାରୁ ବର୍ଷାଙ୍କ ଶାଶୁଘର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିବା ବର୍ଷାଙ୍କ ବାପା ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories