www.samajalive.in
Friday, December 5, 2025
26.1 C
Bhubaneswar

ପାଣିଟାଙ୍କି ନିର୍ମାଣକୁ ବିତିଲାଣି ୨ବର୍ଷ ; ଟ୍ୟାଙ୍କିକୁ ହୋଇ ନାହିଁ ପାଇପ ସଂଯୋଗ

ଗୁଣପୁର : ସରକାର ଗ୍ରାମାଞ୍ଚଳରେ ପିଇବାପାଣି ଵ୍ୟଵସ୍ଥା କରୁଛନ୍ତି। ଆଉ ଗ୍ରାମରେଓଭର ହେଡ ଟ୍ୟାଙ୍କି ନିର୍ମାଣ କରି ଘର ଘରକୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ହେଲେ ପ୍ରଶାସନିକ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଲୋକେ ବିଶୁଦ୍ଧ ପାଣିପାଇଁ ଜଳକଷ୍ଟ ଭୋଗୁଛନ୍ତି ବୋଲି ଅଭିଯୋଗ ହୋଇଛି।  ଏହି ଘଟଣା ଦେଖାଦେଇଛି ଏବେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକର ଇନ୍ଦୁପୁର ଗ୍ରାମରେ।

ପାଣି ପାଇଁ ଏବେ ଲାଗିଛି ଲମ୍ବା ଲାଇନ। ଖରା,ବର୍ଷା ପରେ ଏବେ ଶୀତ ଦିନରେ ମଧ୍ୟ ଜଳକଷ୍ଟ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ ଇନ୍ଦୁପୁର ଗ୍ରାମର ଦୀର୍ଘ ବର୍ଷ ଦିନ ହେଲା ଏଠାରେ ପାଇପ ମାଧ୍ୟମରେ ଗ୍ରାମକୁ ଗୁମୁଡ଼ା ବଂଶଧରା ନଦୀରୁ ଅନ୍ତର ଝୋଲି ଠାରୁ ପଦ୍ମପୁର ସହର ଏବଂ ଇନ୍ଦୁପୁର କୁ ଜଳ ଯୋଗାଣ କରାଯାଉଛି। ହେଲେ ଦୀର୍ଘ ଦିନହେଲା ପଦ୍ମପୁର ସହର ସମେତ ଇନ୍ଦୁପୁର ଠାରେ ଜଳକଷ୍ଟ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ପଦ୍ମପୁର ଠାରେ କାମ ଲାଗିଛି ୨ପ୍ରତି ସାହିକୁ ୨ ରୁ ୩ଦିନ ପରେ ପାଇପ ମାଧ୍ୟମରେ ଜଳ ଯୋଗାଣ ହେଉଛି। ଏପଟେ ଇନ୍ଦୁପୁରକୁ ଦୀର୍ଘ ୧୫ଦିନ ହେଲା ପାଣି ଆସୁନି। ଯା ଫଳରେ ଏଠାକାର ଲୋକେ ଜଳକଷ୍ଟ ଅନୁଭଗ କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମରେ ଥିବା ସମସ୍ତ ନଳକୂପରୁ ଖାରିଯୁକ୍ତ ପାଣି ବାହାରୁ ଥିବାରୁ ଵ୍ୟଵହାର ପାଇଁ ଅନୁପଯୋଗୀ ରହିଛି।ଏପଟେ ୨ବର୍ଷ ହେଲା ଗ୍ରାମରେ ଜଳ ଯୋଗାଣ ପାଇଁ ଟ୍ୟାଙ୍କି ନିର୍ମାଣ କାମ ସରିଛି ହେଲେ ଟ୍ୟାଙ୍କି କୁ ପାଇପ ସଂଯୋଗ ହୋଇନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗ୍ରାମ ବାସିନ୍ଦା ଏନ ତିରୁପତି,ଆନାଦି, ପୂର୍ଣ,ଏସ ଜଗଦୀଶ,ଖିଲାନା ବାବୁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ୟ୍ୟନ୍ତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଏଠାକାର ଲୋକେ କହିଛନ୍ତି। ଗ୍ରାମରେ ଦୀର୍ଘବର୍ଷ ହେଲା ପାଣି ସମସ୍ୟା ଲାଗିରହିଥିବାରୁ ଲକ୍ଷାଧିକ ଟଙ୍କାଖର୍ଚ୍ଚରେ ସରକାର ଓଭେର ହେଡ ଟ୍ୟାଙ୍କି କାମ ନିର୍ମାଣ କାମ ସରିଛି।ଗାଁରେ ପାଇପ ଦିଆ ହୋଇ ଘର ଘର କୁ ପାଇପ ଦିଆ ଯିବ ବୋଲି ବିଭାଗ ତରଫରୁ ସୂଚନା ମିଳୁଛି। ଏପଟେ ମୁଚିକିପଦର ଠାରୁ ଇନ୍ଦୁପୁର ଗ୍ରାମକୁ ୨ କିମି ରାସ୍ତାରେ ପାଇପ ଜାମ ହୋଇଛି ଏହା ଅତିଶୀଘ୍ର ମରାମତି କରାଯିବ ବୋଲି ସ୍ଥାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପଟେ ପାଣି ସମସ୍ୟା ସମ୍ପର୍କରେ ଗ୍ରାମ ବାସିନ୍ଦା ରାୟଗଡା ଜିଲ୍ଲାପାଳଙ୍କ ସହ କଥାହେବାପରେ ଗ୍ରାମକୁ ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମରେ ୩ଶହ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ପାଣି ପାଇଁ ଗ୍ରାମ ନିକଟରେ ବନ୍ଦ ପାଖ ପୋଖରୀ ଉପରେ ନିର୍ଭର କରିଛନ୍ତି।ଏପଟେ ଅତିଶୀଘ୍ର ପାଇପ ମରାମତି କରାଯିବ ବୋଲି ସ୍ଥାନୀୟ ଜଳ ପରିମଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଆସିବାପରେ ତତ୍ପର ହୋଇ ମରାମତି କାମ ଆରମ୍ଭ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories