www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ଦରବାରରେ ଚମକିଲେ ପଲ୍ଲୀର ପୁଅ

ଗୁଣପୁର: ପଲ୍ଲୀରୁ ଦିଲ୍ଲୀ ଦରବାରର ସଫଳ ଯାତ୍ରା। ଦିଲ୍ଲୀ ଦରବାରରେ ଚମକିଲେ ଆଉ ଜଣେ ଓଡ଼ିଆ ପୁଅ।  ରାୟଗଡ ଜିଲ୍ଲା ରାମନଗୁଡ଼ା ବ୍ଲକର ଏକ ପଲ୍ଲୀ ଗାଁ ଲିମାପଦର୍। ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପରିବାର ଏହି ଗାଁରେ ବସବାସ କରନ୍ତି। ଗାଁର ବିଶେଷତା ହେଲା ଏଠାକାର ଶତ ପ୍ରତିଶତ ପରିବାର ଶିକ୍ଷିତ ପରିବାର। କେବଳ ଶିକ୍ଷା ନୁହେଁ କଳା ,ସଂସ୍କୃତି ,ରୋଷେୟା ଓ ପନିପରିବା ଚାଷରେ ଏହି ପଲ୍ଲୀ ଗାଁର ରହିଛି ସ୍ୱତନ୍ତ୍ର ପରିଚୟ। ବର୍ତ୍ତମାନ ଏହି ଗାଁର ସଫଳତାରେ ଯୋଡ଼ି ହେଇଛି ଆଉ ଏକ ଫର୍ଦ୍ଦ। ଏହି ପଲ୍ଲୀ ଗାଁର ସୁଯୋଗ୍ୟ ସନ୍ତାନ ରଞ୍ଜନ ରଥ ଦିଲ୍ଲୀ ଦରବାରରେ ଚମକିଛନ୍ତି।
ଆଇଡିବିଆଇ ବ୍ୟାଙ୍କ୍ ରେ ଚିଫ୍ ଜେନେରାଲ ମ୍ୟାନେଜର ତଥା ଜୋନାଲ ହେଡ ରୂପେ ଅବସ୍ଥାପିତ ଅଛନ୍ତି ଶ୍ରୀ ରଥ। ନିଜର କୁଶଳ କାର୍ଯ୍ୟ ଦକ୍ଷତା ତଥା ସଚ୍ଚୋଟ ମନୋଭାବ ପାଇଁ ସେ ଏହି ସଫଳତା ପାଇଛନ୍ତି। ଆଇଡିବିଆଇ ବ୍ୟାଙ୍କ୍ ର ଲାଭାଂଶ ପ୍ରାୟ ୭୩୫ କୋଟି ଟଙ୍କାର ଏକ ଚେକ୍ ବ୍ୟାଙ୍କ୍ ର ସିଇଓ ରାକେଶ ଶର୍ମା ଓ ଚିଫ୍ ଜେନେରାଲ ମ୍ୟାନେଜର ରଞ୍ଜନ ରଥଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରଥଙ୍କୁ ସାମିଲ ହେବାର ସୁଯୋଗ ଦେଇଥିବାରୁ ତାଙ୍କ ଗାଁରେ ଖୁସିର ମାହୋଲ ଦେଖା ଦେଇଛି। ଶ୍ରୀ ରଥଙ୍କର ଏହି ସଫଳତା ପାଇଁ ପ୍ରପନ୍ ତ୍ରିପାଠୀ, ସୁବାସ ଚନ୍ଦ୍ର ପଣ୍ଡା, ଚକ୍ରପାଣି ତ୍ରିପାଠୀ, ଆର ଜି ମହାବିଦ୍ୟାଳୟ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଓ ସୀତାରାମ ଯୁବକ ସଂଘ୍ ର ସଦସ୍ୟ ହର ପ୍ରସାଦ ରଥ, ଚିନ୍ମୟ ପଣ୍ଡା, ମଧୁସୂଦନ ପଣ୍ଡା ଓ ଅକ୍ଷୟ ପଣ୍ଡା ପ୍ରମୁଖ ଶୁଭେଛା ଜଣେଇଛନ୍ତି।
https://samajalive.in/uttar-pradesh-news-update-2/588061.html

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories