www.samajalive.in
Sunday, December 7, 2025
18.1 C
Bhubaneswar

ବକ୍ସ ଅଫିସରେ ‘ଗଲି ବୟ’ର ଚମତ୍କାର ପ୍ରଦର୍ଶନ : ଜାଣନ୍ତୁ ୨ଦିନର ଆୟ !

ମୁମ୍ବଇ : ଭାଲେନଟାଇନ୍ସ ଡେ’ ଅବସରରେ ମୁକ୍ତିଲାଭ କରିଥିବା ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ ବକ୍ସ ଅଫିସରେ ପ୍ରଥମ ଦିନରୁ ଉଲ୍ଲେଖନୀୟ ବ୍ୟବସାୟ କରିଛି। ସୂଚନା ଅନୁସାରେ, ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୯.୪୦ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ୧୬ କୋଟି ଟଙ୍କା ଆୟ କରିଛି। ମୁକ୍ତିଲାଭର ପ୍ରଥମ ଦିନରେ ହିଁ ଚଳଚ୍ଚିତ୍ର ଦୁଇଟି ରେକର୍ଡ଼ ହାସଲ କରିଛି। ପ୍ରଥମଟି ହେଉଛି, ୨୦୧୯ରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ସେହିପରି ଅନ୍ୟଟି ହେଉଛି, ରଣବୀରଙ୍କ କ୍ୟାରିୟରରେ ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଏହା ଦ୍ୱିତୀୟ ଚଳଚ୍ଚିତ୍ର।

ଉଲ୍ଲେଖଯୋଗ୍ୟ, ଜୋୟା ଅଖ୍‍ତର୍‍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ଗୁୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଗଲି ବୟ’ ୩୩୫୦ ପରଦାରେ ମୁକ୍ତିଲାଭ କରିଛି। ସେହପରି ବିଶ୍ୱବ୍ୟାପୀ ଏହା ୪୧୦୧ ପରଦାରେ ମୁକ୍ତିଲାଭ କରିଛି। ଫରହାନ ଅଖ୍‍ତର୍‍, ରିତେଶ ସିଧୱାନୀ ଓ ଏକ୍ସଲ୍‍ ଏଣ୍ଟରଟେନମେଣ୍ଟର ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories